Latest Odisha News

ବର୍ଷା ପ୍ରଭାବରେ କ୍ଷୟକ୍ଷତି, ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବହୁ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଉଥବା ପଛରେ ମୁଖ୍ୟ କାରଣ ହେଉଛି ସମୁଦ୍ର କୁ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁନାହିଁ । ବିଶେଷ କରି କୋରାପୁଟ ଓ ମାଲକାନଗିରି ଜିଲ୍ଲାବାସୀ ବର୍ଷା ଯୋଗୁଁ ଅଧିକମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଜଳବନ୍ଦୀ ସମସ୍ୟା ମଧ୍ୟ ଘଟିଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆହୁରି କହିଛନ୍ତି ଯେ, ଓଡରାଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ସହାୟତାରେ ଲୋକଙ୍କ ଅସୁବିଧା କୁ ତତ୍ପରତାର ସହ ଦୂର କରିବା ପାଇଁ ସେ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ । ରିଲିଫ ସାମଗ୍ରୀ ବ୍ୟାପକ ମାତ୍ରା ରେ ମହଜୁଦ ରଖି ପ୍ରଭାବିତ ଲୋକଙ୍କୁ ଯୋଗାଇବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ଏହି ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଏସଆରସି ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧ ରେ ଅବଗତ କରାଇଥିଲେ ।

Comments are closed.