Latest Odisha News

ବରଗଡରେ ସ୍କ୍ରବ ଟାଇଫସ, ଗଲାଣି ୩ ଜୀବନ

ବରଗଡ: ଚଳିତ ସପ୍ତାହରେ ବରଗଡର ଏକ ଘରୋଇ କ୍ଲିନିକରେ ସ୍କ୍ରବ୍ ଟାଇଫସରେ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ସିଡିଏମଓ ନିରୁପମା ଷଡଙ୍ଗୀ।

ସେ କହିଛନ୍ତି, ଏହି ମାସରେ ELISA ଟେଷ୍ଟ ଦେଇଥିବା ୨୦ଜଣଙ୍କ ମଧ୍ୟରେ ତିନୋଟି ମାମଲା ଚିହ୍ନଟ ହୋଇଛି। ସେମାନେ ଏବେ ଘରେ ଥିବା ବେଳେ ସ୍ବାସ୍ଥ୍ଯବସ୍ଥା ସ୍ଥିର ରହିଛି। ଏନେଇ ଏକ ବୈଠକ ଡକାଯାଇଛି ଏବଂ ଏହି ରୋଗ ବିଷୟରେ ଖୁବଶୀଘ୍ର ବ୍ୟାପକ ସଚେତନତା ସୃଷ୍ଟି କରାଯିବ।

ସୂଚନା ଅନୁଯାୟୀ, ମୁଣ୍ଡାପାଲି ଗାଁର ଜଣେ ସରୋଜ ପ୍ରଧାନ (୪୨) ସୋମବାର ଦିନ ମୃତ୍ୟୁବରଣ କରିଥିବା ବେଳେ ପଦମପୁରର ସାଖୀ ପ୍ରଧାନଙ୍କର ମଙ୍ଗଳ ବାର ଦିନ ଜୀବନ ଯାଇଛି। ସେହିପରି ବୁଧବାର ଦିନ ପଦମପୁରର ଶିଖା ରାଣା (୧୬) ଙ୍କର ମୃତ୍ୟୁ ଘଟିଛି। ସହରର ଘରୋଇ କ୍ଲିନିକରେ ଆଉ ଚାରିଜଣ ଚିକିତ୍ସିତ ହେଉଛନ୍ତି।

ଗତ ବର୍ଷ ଏହି ରୋଗରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି।

 

Comments are closed.