Latest Odisha News

ଆର୍ମି ଅଫିସରଙ୍କୁ ମାଡ଼ ମାରି ବାନ୍ଧବୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଇନ୍ଦୋରରେ ଆର୍ମି ଅଫିସରଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ। ସୂଚନା ଅନୁସାରେ ପିକ୍‌ନିକ୍‌ ପାଇଁ ପର୍ଯ୍ୟଟନସ୍ଥଳୀ ଜାମ୍ ଗେଟ୍ ରାଣୀ ଅହଲ୍ୟାବାଈ ବୁଲିବାକୁ ଯାଇଥିଲେ ୨ ଆର୍ମି ଅଫିସରଙ୍କ ସହ ତାଙ୍କର ୨ ମହିଳା ବାନ୍ଧବୀ। ସେମାନେ ଘରକୁ ଫେରିବା ବେଳେ ଘଟିଛି ଏହି ଅଘଟଣ।

ଏହି ୪ ଜଣ ଫେରିବା ବେଳେ ବାଟରେ ୭ରୁ ୮ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଦୁର୍ବୃତ୍ତମାନେ ସେମାନଙ୍କୁ ମାଡ଼ ମାରିବା ସହିତ ୧୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଏହି ସମୟରେ କାରରେ ଥିବା ସେନା ଅଧିକାରୀ ଜଣକ ଟଙ୍କା ମାଗିବା ବାହାନରେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଉପରିସ୍ଥ ଅଧିକାରୀ ଜଣକ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ହେଲେ ପୁଲିସ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଜଣେ ବାନ୍ଧବୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ପୁଲିସ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୁଲିସ ପାଖ ଜଙ୍ଗଲରୁ ଗିରଫ କରିଛି। ତେବେ ଘଟଣାରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଘଟଣାରେ ୬ ଜଣଙ୍କୁ ଚିହ୍ନଟ କରାଯାଇ ପଚରାଉଚରା ଚାଲିଥିବା ଏସପି କହିଛନ୍ତି।

 

Comments are closed.