Latest Odisha News

BREAKING NEWS

ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ବାଂଲାଦେଶ ଧରାଶାୟୀ; ୧୫୦ ରନରେ ଅଲଆଉଟ୍

ଇନ୍ଦୋର: ଇନ୍ଦୋରସ୍ଥିତ ହୋଲକର୍ କ୍ରିକେଟ ଷ୍ଟାଡ଼ିୟମରେ ଆଜି ଆରମ୍ଭ ହୋଇଛି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ । ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ବାଂଲା ବାଘ ମାଟି କାମୁଡ଼ିଛନ୍ତି । ବାଂଲାଦେଶ ଟେଷ୍ଟର ୧ମ ଇନିଂସରେ ମାତ୍ର ୧୫୦ ରନରେ ଅଲଆଉଟ ହୋଇଯାଇଛି ।

ଆଇସିସି ଟେଷ୍ଟ ର‌୍ୟାଙ୍କିଂ ନଂ ୧ ଦଳ ହେଉଛି ଭାରତ । ବାଂଲାଦେଶ ଦଳର ଟେଷ୍ଟ ହେଉଛି ୯ରେ । ତେଣୁ ବାଂଲାଦେଶ ଭାରତ ବିପକ୍ଷ ଏହି ମ୍ୟାଚରେ ଯେନତେନ ପ୍ରକାରେଣ ମ୍ୟାଚ ଡ୍ର କରିବାକୁ ଚେଷ୍ଟା କରିବ । ଟସରେ ଜିତି ବାଂଲାଦେଶ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତିି ନେଇ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଟିମ୍ ଇଣ୍ଡିଆ ବୋଲର୍ ମହମ୍ମଦ ସାମି ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଇଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନ୍ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବାଂଲା ଦଳ ପକ୍ଷରୁ ମୁସଫିକର୍ ରେହମାନ ସର୍ବାଧିକ ୪୩ ରନ, କପ୍ତାନ ମୋମିନୁଲ୍ ହକ ୩୭ ରନ କରିବାକୁ ସକ୍ଷମ ହୋଇପାରିଛନ୍ତି ।

ଭାରତ ବ୍ୟାଟିଂ କରି ୧ମ ଦିବସ ଖେଳ ଶେଷ ସୁଦ୍ଧା କରିଛି ଗୋଟିଏ ୱିକେଟ ବିନିମୟରେ ୮୬ ରନ । ମାୟଙ୍କ ଅଗ୍ରୱାଲ ୩୭ ରନ ଏବଂ ଚେତେଶ୍ୱର ପୂଜାରା ୪୩ ରନ କରି କ୍ରିଜରେ ଅପରାଜିତ ରହିଥିବା ବେଳେ ଦୁର୍ଦ୍ଦଶ ରୋହିତ ଶର୍ମା ମାତ୍ର ୬ ରନ କରି ପ୍ୟାଭିଲିୟନକୁ ଫେରିଯାଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ବାଂଲାଦେଶର ଏହି ଗସ୍ତରେ ଭାରତ ପୂର୍ବରୁ ଦିନିକିଆ ଓ ଟି-୨୦ ଶୃଙ୍ଖଳାରେ ବିଜୟ ହାସଲ କରିସାରିଛି ।

Leave A Reply

Your email address will not be published.