Latest Odisha News

BREAKING NEWS

ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ଆଜିର ସମାଜକୁ ମୋବାଇଲ ଯେପରି ତାସହ ଏକ ଅଦୃଶ୍ୟ ଫାଶରେ ବାନ୍ଧି ରଖିଛି । ଏହାର ବ୍ୟବହାର ଜୀବନକୁ ଯେତିକି ସରଳ କରୁଛି ସ୍ୱାସ୍ଥ୍ୟ ପାଇଁ ସେତିକି ହାନି କାରକ ସାବ୍ୟସ୍ତ ହେଉଛି ।

ଏକ ସର୍ଭେରୁ ଜଣାପଡିଛି କି ବଡ ସହରଗୁଡିକର ଅଧିକାଂଶ ଲୋକ (ପାଖାପାଖି ୨ ଭାଗରୁ ୩ ଭାଗ) ଇନ୍ସାମ୍ନିୟା ମାନେ ଅନିଦ୍ରା ପାଇଁ ଚିନ୍ତିତ ଅଛନ୍ତି । ଅନ୍ୟପଟେ ଏହି ଚିନ୍ତା ପାଇଁ ଇଲେକ୍ଟ୍ରୋନିକ ସାମଗ୍ରୀ ଖାସ୍‌କରି ମୋବାଇଲ ବ୍ୟବହାରକୁ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।

ୱେକଫିଟ. କୋ ଦ୍ୱାରା ହାଇଦ୍ରାବାଦରେ କରାଯାଇଥିବା ସର୍ଭେ ପରେ ଅନିଦ୍ରା ରୋଗରେ ଚିନ୍ତିତ ଥିବା ଲୋକଙ୍କ ସହିତ ଜଡିତ ଥିବା କିଛି ଡାଟା ଜାରି କରାଯାଇଛି ।

ରିପୋର୍ଟ ଅନୁଯାୟୀ ହାଇଦ୍ରାବାଦର ପାଖାପାଖି ୭୯ ପ୍ରତିଶତ ଲୋକ ଇନ୍ସାମ୍ନିୟା ରୋଗରେ ପୀଡିତ । ସର୍ଭେ ଅନୁଯାୟୀ ହାଇଦ୍ରାବାଦ୍‌ର ୪୮ ପ୍ରତିଶତ ଲୋକ ରାତି ୧୧ ରୁ ରାତି ୧ ମଧ୍ୟରେ ଶୁଅନ୍ତି ଏବଂ ଏଥିରୁ ଅଧିକାଂଶ ସୋଇବା ସମୟରେ ନିଜର ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । ଏହା ବ୍ୟତୀତ ୨୫ ପ୍ରତିଶତ ଲୋକ ଏମିତି ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ମାତ୍ର ୭ ଘଣ୍ଟା ହିଁ ଶୋଇପାରୁଛନ୍ତି ।

ସର୍ଭେରେ ୯୦ ପ୍ରତିଶତରୁ ଅଧିକ ଲୋକ ଏହା ମାନନ୍ତି କି ସେମାନେ ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରନ୍ତି । ସର୍ଭେ କରିଥିବା କମ୍ପାନୀର ସଂସ୍ଥାପକଙ୍କ କହିବା ଅନୁଯାୟୀ ଅନିଦ୍ରା ରୋଗ ଆଜିର ଦିନରେ ବଡ ସହରରେ ରହୁଥିବା ଏକ ସାଧାରଣ ସମସ୍ୟା ହୋଇସାରିଛି । ଏହି କାରଣରୁ ଲୋକମାନଙ୍କୁ ଅନେକ ରୋଗର ସାମ୍ନା କରୁବାକୁ ପଡୁଛି ।

Leave A Reply

Your email address will not be published.