Latest Odisha News

୧୮ରେ ଏଏସଆଇ ଦ୍ବାରା ଯାଞ୍ଚ ହେବ ରତ୍ନଭଣ୍ଡାର

ପୁରୀ: ଆସନ୍ତା ୧୮ ତାରିଖ ପୁଣି ରତ୍ନ ଭଣ୍ଡାର ଯାଞ୍ଚ ହେବ । ଏଥିପାଇଁ ନୀତି ନିର୍ଘଣ୍ଟ ହୋଇସାରିଛି । ଆସନ୍ତା ୧୮ ତାରିଖରେ ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ତେବେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏଏସଆଇ ଦ୍ବାରା ରତ୍ନ ଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଏଥିପାଇଁ ରାତ୍ର ୨ଟାରୁ ଦ୍ବାରଫିଟା ନୀତି ଆରମ୍ଭ ହେବା ବେଳେ ରାତ୍ର ୩ଟାରେ ମଙ୍ଗଳ ଆଳତି ଓ ଅନ୍ୟ ନୀତି କାନ୍ତି ସମ୍ପର୍ଣ୍ଣ ହୋଇ ଦିନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ହେଲେ ଏହି ସମୟରେ ଅବଢ଼ା ମିଳିପାରିବ ।

Comments are closed.