Latest Odisha News

ଜୀବଜନ୍ତୁଙ୍କ ଠାରୁ ଅଧିକ ହିଂସ୍ର ହେଉଛି ମଣିଷ: ପିଟି ପିଟି ମାରି ଦେଲେ ୧୫ ଫୁଟର ଅଜଗର

ମୟୁରଭଞ୍ଜ: ଜୀବଜନ୍ତୁଙ୍କ ଠାରୁ ଅଧିକ ହିଂସ୍ର ହେଉଛନ୍ତି ମଣିଷ । ପ୍ରାୟ ୧୫ ଫୁଟର ଗୋଟିଏ ଅଜଗର ସାପକୁ  ପିଟି ପିଟି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ ।

ତେବେ କାଠସିରସି ଗାଁ ନିକଟରେ ଏକ ବଡ଼ ଅଜଗର ସାପ ଦେଖିବାକୁ ମିଳିଥିଲା । ଯାହାର ଲମ୍ବ ପ୍ରାୟ ୧୫ ଫୁଟ ପାଖାପାଖି । ଯାହାକୁ ସେଠିକା ସ୍ଥାନୀୟ ଲୋକ ଦେଖିବା ପରେ ମାରଣାସ୍ତ୍ର ପ୍ରୟୋଗ କରି ସାପଟିକୁ ଆକ୍ରମଣ କରିଥିଲେ । ହଳଦିଆବନ୍ଧ ରାସ୍ତାରେ ସାପଟିକୁ ଅତି ନିର୍ମମ ଭାବରେ ପିଟି ପିଟି ତାର ଜୀବନ ନେଲା ପରେ ତାକୁ ଘୋଷାଡି ଘୋଷାଡି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଥିସହିତ ତାର ଶରୀରକୁ କିଛି ଜାଗାରେ ହାଣିଥିବା ମଧ୍ୟ ସୂଚନା ମିଳିଛି ।

ଏଭଳି ସ୍ପର୍ଶକାତର ଘଟଣା ଜାଣିବା ପରେ ଏବେ ଏହାକୁ ଗୁରୁତର ସହ ନେଇଛି ସ୍ଥାନୀୟ ବନ ବିଭାଗ । ଘଟଣାରେ କିଏ କିଏ ଜଡିତ ଥିଲେ ସେନେଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଏହାର ଭିଡିଓ ଏବେ ଭାଇରାଲ ହେବା ପରେ ମଣିଷର ମାନବିକତା ଉପରେ ବଡ ପ୍ରଶ୍ନବାଚୀ ଲାଗିଛି । ଯେଉଁଠି ଜୀବଜନ୍ତୁଙ୍କୁ ହତ୍ୟା କରିବା ଦଣ୍ଡନୀୟ ଅପରାଧ ସେଠି ଏମିତି କିଛି କିଛି ଘଟଣା ମଣିଷର ମାନବିକତାକୁ ଧିକ୍କାର କରୁଛି ।

Comments are closed.