Latest Odisha News

BREAKING NEWS

ଗାଈ ଚରାଳୀଙ୍କୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ସ୍ଥିତ ଖରସୁଆ ନଦୀରେ ସୋମବାର ଦିନ ଏକ କୁମ୍ଭୀର ଜଣେ ବ୍ୟକ୍ତିଙ୍କୁ ଟାଣି ନେଇଯାଇଥିବା ଜଣାପଡିଛି।

ଉକ୍ତ ବ୍ୟକ୍ତି ଜଣକ ଇଚ୍ଛାପୁର ଗାଁର ଅଜମ୍ବର ନାୟକ। ସେ ନଦୀ କୂଳରେ ଗାଈ ଚରାଉଥିବା ବେଳେ କୁମ୍ଭୀର ତାଙ୍କୁ ନଦୀ ମଧ୍ଯକୁ ଟାଣି ନେଇଛି।

ତେବେ ସ୍ଥାନୀୟ ଲୋକମାନେ ଡଙ୍ଗା ସାହାଯ୍ୟରେ ଉକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନେ ସଫଳ ହୋଇପାରି ନଥିଲେ। ଅପରପକ୍ଷରେ ଉକ୍ତ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପ୍ରୟାସ କରିଥିଲେ ମଧ୍ଯ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

Comments are closed.