Latest Odisha News

ଫୁଲୁଛି ନଦୀ, ବଢୁଛି ଜଳସ୍ତର: ବିପଦ ସଙ୍କେତ ଉପରେ ବୈତରଣୀ, ଜଳକା

ଭଦ୍ରକ: ଉପରମୁଣ୍ଡରେ ପ୍ରବଳ ବର୍ଷା, ଫୁଲୁଛି ବୈତରଣୀ। ଆଖୁଆପଦାରେ ସତର୍କ ସୂଚନା ଟପିଲା ବୈତରଣୀ ନଦୀ। ଆଜି ବର୍ଷା କମିଛି କିନ୍ତୁ ଏବେ ବି ବିପଦ ଟଳିନି । ସତର୍କ ସୂଚନା ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୮.୧୨ ମିଟର ରହିଛି। ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ସୂଚନା ମିଳିଛି।

ଅନ୍ୟପଟେ ଅବପାତ ପ୍ରଭାବରେ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ତେବେ ପ୍ରବଳ ବର୍ଷା ଯୋଗୁଁ ଜଳେଶ୍ଵରରେ ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ଭାଙ୍ଗିଯାଇଛି। ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍। ଫୁଲୁଛୁ ନଦୀ, ପଶୁଛି ପାଣି। ଫଳରେ ବାଲିଆପାଳ-ଜାମକୁଣ୍ଡା ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସେପଟେ ସୁବର୍ଣ୍ଣରେଖା ନଦୀ ମଧ୍ୟ ସତର୍କ ସୂଚନା ଟପିଛି। ରାଜଘାଟରେ ସତର୍କ ସୂଚନା ୯.୪୫ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୦.୨୦ ମିଟର ରହିଛି। ବନ୍ୟା ଆଶଙ୍କା ଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ବସ୍ତା ମଥାନୀଠାରେ ବିପଦ ସଙ୍କେତ ଉପରେ ରହିଛି ଜଳକା। ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୬.୮୩ ମିଟର ରହିଛି।

Comments are closed.