Latest Odisha News

ବେଆଇନ କଫସିରଫ ଜବତ, ଜଣେ ଗିରଫ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର କଳାବାଡିଆ ଠାରେ ୧୨୦ ଲିଟର ବେଆଇନ କଫ ସିରଫ ଜବତ କରିଛି ଅବକାରୀ ବିଭାଗ । ଏହା ସହ ଘଟମାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଶ୍ରବଣ ମାଝୀ ।

ତେବେ ଜବତ କଫସିରଫର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏକ୍ସସାଇଜ ଇନ୍ସପେକ୍ଟର ସଦ ସ୍ୱପ୍ନା ରାଣୀ ସାହୁ ।

ବେଆଇନ କଫ ସିରଫ କାରବାର ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କଁଅରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ କୁଳିଅଣା ଅବକାରୀ ବିଭାଗ ଅଧିକାରୀ ଜ୍ଞାନେଶ୍ଵରୀ ବିଶ୍ୱାଳ କୁଳିଅଣା ଥାନା ଅଧୀନ ସାନ ଟଙ୍ଗାଶୋଳ ଗ୍ରାମର ଶ୍ରବଣ ମାଝୀଙ୍କ ଘରେ ଅତର୍କିତ ଚଢାଉ କରିଥିଲେ ।

ଘଟଣାସ୍ଥଳରୁ ୧୨୦ ଲିଟର କଫ ସିରଫ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି ।

Comments are closed.