Latest Odisha News

ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ହାସଲ କଲା ୫ମ ଟାଇଟଲ

ନୂଆଦିଲ୍ଲୀ: ଚୀନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି । ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭାରତ ଆୟୋଜକ ଚୀନକୁ ୧-୦ ଗୋଲରେ ପରାସ୍ତ କରି ଓଭରାଲ ୫ମ ଥର ପାଇଁ ବିଜେତା ହୋଇଛି । ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଟିମଇଣ୍ଡିଆ ସହ ଚୀନ ଟାଇଟଲ ମୁକାବିଲାରେ କଡା ସଂଘର୍ଷ କରିଥିଲା । ମ୍ୟାଚ ଶେଷ ହେବାକୁ ଆଉ ୯ ମିିନଟ ବାକିଥିବା ବେଳେ ଯୁଗରାଜ ସିଂ ନିର୍ଣ୍ଣାୟକ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ଏହା ପୂର୍ବରୁ ୨୦୧୧ରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ୨୦୧୬ରେ ପୂନର୍ବାର ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା ।

୨୦୧୮ରେ ଭାରତ ଏବଂ ପାକିସ୍ତାନ ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ । ୨୦୨୩ରେ ମାଲେସିଆକୁ ହରାଇ ଭାରତ ୪ର୍ଥ ଥର ପାଇଁ ଏହି ଟାଇଟଲ ହାସଲ କରିଥିଲା । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତ ଅପରାଜେୟ ରହିଥିଲା । ଲିଗ ପର୍ଯ୍ୟାୟରେ ଚୀନକୁ ୩-୦ ଗୋଲରେ ହରାଇଥିବା ଭାରତ ଫାଇନାଲରେ କିନ୍ତୁ ଏ ଭଳି କଡା ମୁକାବିଲାର ସମ୍ମୁଖୀନ ହେବ ବୋଲି ଆଶା କରି ନ ଥିଲା ।

Comments are closed.