Latest Odisha News

ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ ଓ ପିଅନ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଆରଆଇ ବରୁଣ ଜେନା ଓ ପିଅନ ବଳରାମ ସାହୁ । ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ ।

ଖବର ମୁତାବକ, ଜଣେ ବ୍ୟକ୍ତିଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ବରୁଣ ଜେନା । ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ଅନୁସାରେ ପୂର୍ବରୁ ଲୁଚି ରହିଥିଲା ଭିଜିଲାନ୍ସ ଟିମ୍ ।

ଆରଆଇ ବରୁଣ ଜେନାଙ୍କୁ ୩୦ହଜାର ଟଙ୍କାର ଲାଞ୍ଚ ଅର୍ଥ ଦେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଧରିଥିଲେ । ବର୍ତ୍ତମାନ ଏହି ଘଟଣାରେ ତଦନ୍ତ କରୁଛି ଭିଜିଲାନ୍ସ ।

Comments are closed.