Latest Odisha News

ସ୍ବଚ୍ଛ ରହିବା ପାଇଁ ନ ଗାଧୋଇ ଗଙ୍ଗା ଜଳ ଛିଞ୍ଚି ହେଉଥିଲେ, ଡିଭୋର୍ସ ଦେଲେ… 

ଆଗ୍ରା: ସାଧାରଣତଃ ବିବାହ ଭାଙ୍ଗିବା ପଛରେ ଅନେକ କାରଣ ରହିଥାଏ। କିନ୍ତୁ ଆଗ୍ରାରୁ ବିବାହ ବିଚ୍ଛେଦର କାରଣ ସାଜିଛି ଅଜବ ଘଟଣା। ଯାହାକୁ ନେଇ ଚର୍ଚ୍ଚା ମଧ୍ଯ ଜୋରଦାର ହେଉଛି।

ସୂଚନାନୁସାରେ ବିବାହକୁ ପ୍ରାୟ ୪୦ ଦିନ ବିତି ଯାଇଥିଲା କିନ୍ତୁ ଏହି ସମୟ ମଧ୍ୟରେ ସ୍ୱାମୀଙ୍କ ଏକ ମାତ୍ର ବଦଗୁଣକୁ ସହି ପାରିନଥିଲେ ପତ୍ନୀ। ଆଉ ପୋଲିସ ନିକଟରେ ଅଭିଯୋଗ ମଧ୍ଯ କରିଥିଲେ ପତ୍ନୀ। ହେଲେ ପୋଲିସ ମାମଲାକୁ ଫ୍ୟାମିଲି କାଉନସିଲରଙ୍କ ପାଖକୁ ପଠାଇ ଦେଇଥିଲେ।

ମହିଳାଙ୍କ କହିବାନୁସାରେ, ତାଙ୍କ ସ୍ୱାମୀ ବିବାହର ୪୦ ଦିନ ମଧ୍ୟରେ ମାତ୍ର ୬ ଦିନ ଗାଧୋଇଥିଲେ। ଏପରିକି ସ୍ବଚ୍ଛ ରହିବା ପାଇଁ ନ ଗାଧୋଇ ଗଙ୍ଗା ଜଳ ଛିଞ୍ଚି ହେଉଥିଲେ। ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପତ୍ନୀ। ଯେଉଁଥିରେ ରାଗି ଯାଇ ସେ ନିଜ ବାପାଙ୍କ ଘରକୁ ଚାଲି ଯାଇଥିଲେ।

ତେବେ ମହିଳା ଜଣକ କହିଛନ୍ତି ଯେ ଯଦି ତାଙ୍କ ସ୍ୱାମୀ ପ୍ରତିଦିନ ଗାଧୋଇବେ ତେବେ ସେ ତାଙ୍କ ସହିତ ରହିବେ। ସେ ଏପରି ଅପରିଷ୍କାର ବ୍ୟକ୍ତିଙ୍କ ସହିତ କିପରି ବଞ୍ଚି ପାରିବେ, ଯିଏ ଗାଧୋଉ ନାହିଁ।

Leave A Reply

Your email address will not be published.