Latest Odisha News

BREAKING NEWS

ସଚିନଙ୍କ ପରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ହାସଲ କଲେ କୋହଲି

ଚେନ୍ନାଇ: ଭାରତୀୟ ଟିମର ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଘରୋଇ ପରିବେଶରେ ୧୨୦୦୦ ରନ ପୂର୍ଣ୍ଣ କରିଛନ୍ତି । ୨୧୯ ମ୍ୟାଚରେ ୫୮.୮୪ ଆଭରେଜରେ ସେ ୩୮ ଶତକ ଏବଂ ୫୯ ଅର୍ଦ୍ଧଶତକ ସହ ଏହି ସଫଳତା ହାସଲ କରିଛନ୍ତି । ସଚିନ ୨୫୮ ମ୍ୟାଚରେ ୫୦.୩୨ ଆଭରେଜରେ ୧୪୧୯୨ ରନ ସଂଗ୍ରହ କରିଥିଲେ । ଏଥିରେ ୪୨ ଶତକ ଓ ୭୦ ଅର୍ଦ୍ଧଶତକ ସାମିଲ ଥିଲା ।

ଏସୀୟ ସ୍ପିନରଙ୍କ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେ ୨୦୨୧ ପରଠାରୁ ୧୮ ଥର ସ୍ପିନରଙ୍କ ଶୀକାର ହୋଇଛନ୍ତି । କୋହଲି ପ୍ରଥମ ଇନିଂସରେ ୬ ଏବଂ ଦ୍ୱିତୀୟ ଇନିଂସରେ ୧୭ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ତେବେ କୋହଲିଙ୍କ ବ୍ୟାଟିଂ ବିଫଳତା ସତ୍ୱେ ଭାରତ ପ୍ରଥମ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଭଲ ସ୍ଥିତିରେ ରହିଛି ।

Leave A Reply

Your email address will not be published.