Latest Odisha News

୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କ୍ବାଡ୍ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ସେଠାରେ ବାଇଡେନ୍‌ଙ୍କ ସମେତ ଜାପାନ ଓ ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହ କରିବେ ଆଲୋଚନା । ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଦ୍ବିପାକ୍ଷିକ ଆଲୋଚନା ।

ସୂଚନା ଅନୁସାରେ, ଚଳିତବର୍ଷ କ୍ବାଡ୍ ସମ୍ମିଳନୀର ଆୟୋଜନ କରୁଛି ଆମେରିକା । ଏଥିରେ ଭାରତ ସମେତ ଅଷ୍ଟ୍ରେଲିଆ ଓ ଜାପାନ ମଧ୍ୟ ଯୋଗ ଦେବେ । ତେବେ ଗସ୍ତ ସମୟରେ କ୍ବାଡ୍ ସମେତ ଜାତିସଂଘର ସାଧାରଣ ସଭାକୁ ମଧ୍ୟ ସମ୍ବୋଧନ କରିବେ ମୋଦୀ । ଏଥିସହ ଆମେରିକାରେ ଭାରତୀୟ ସମ୍ପ୍ରଦାୟଙ୍କୁ ମୋଦୀ ଭେଟିବାର କାର୍ଯ୍ୟକ୍ରମ ରହିଛି । କ୍ୱାର୍ଡ ଶିଖର ସମ୍ମିଳନୀରେ ଗାଜା ଏବଂ ୟୁକ୍ରେନରେ ହୋଇଥିବା ବିବାଦ ଉପରେ ବିଚାର କରିବା ବ୍ୟତୀତ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।

ତେବେ ଆମେରିକା ଗସ୍ତ ପୂର୍ବରୁ ଏକ୍ସରେ ଏକ ପୋଷ୍ଟ କରି ମୋଦୀ କହିଛନ୍ତି,”ମୁଁ ତିନି ଦିନିଆ ଆମେରିକା ଗସ୍ତରେ ଯାଉଛି । ସେଠାରେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ଆୟୋଜିତ ‘କ୍ୱାଡ ସମ୍ମିଳନୀ’ରେ ଅଂଶଗ୍ରହଣ କରିବି । ଏହାପରେ ନ୍ୟୁୟର୍କରେ ମିଳିତ ଜାତିସଂଘ ମହାସଭାରେ ଭବିଷ୍ୟତ ସମ୍ମିଳନୀକୁ ସମ୍ବୋଧିତ କରିବି । ଅନ୍ୟପଟେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ସେପ୍ଟେମ୍ବର ୨୨ରେ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟର ଏକ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.