Latest Odisha News

ଗାଭାସ୍କରଙ୍କ ୫୧ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ଯଶସ୍ୱୀ

ଚେନ୍ନାଇ: ଭାରତ-ବାଂଲାଦେଶ ପ୍ରଥମ କ୍ରିକେଟ ଟେଷ୍ଟ ଅବସରରେ ଯଶସ୍ୱୀ ଜୈସୱାଲ ନିଜ ନାମରେ ଏକ କୀର୍ତିମାନ ଯୋଡିଛନ୍ତି । ଲିିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ୫୨ ବର୍ଷ ତଳର ଏକ ରେକର୍ଡକୁ ଭଙ୍ଗ କରିଛନ୍ତି । ଯଶସ୍ୱୀ ପ୍ରଥମ ଇନିଂସରେ ୫୬ ଓ ଦ୍ୱିତୀୟ ଇନିଂସରେ ୧୦ ରନ କରିଥିଲେ । ସେ ପ୍ରଥମ ୧୦ଟି ଟେଷ୍ଟରେ ୧୦୯୪ ରନ ସଂଗ୍ରହ କରିଛନ୍ତି । ତାଙ୍କ ପୂର୍ବରୁ ଗାଭାସ୍କର ପ୍ରଥମ ୧୦ଟି ଟେଷ୍ଟରେ ୯୭୮ ରନ କରିଥିଲେ । ୧୯୭୩ ପରଠାରୁ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ତାଙ୍କର ଏହି ରେକର୍ଡକୁ ଭଙ୍ଗ କରିପାରି ନ ଥିଲେ ।

ଓଭରାଲ ତାଲିକାରେ ଯଶସ୍ୱୀ ୪ର୍ଥ ସ୍ଥାନରେ ରହିଛନ୍ତି । ଡନ ବ୍ରାଡମ୍ୟାନ, ଆର୍ବଟନ ୱିକ୍ସ ଓ ଜର୍ଜ ହାଡଲୀ ତାଙ୍କଠାରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଗତ ବର୍ଷ ଯଶସ୍ୱୀ ଆନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିଥିଲେ । ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି । ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ଜୋଶ ହାଜେଲଉଡ, ନାଥାନ ଲିୟନ ଓ ଆଲେକ୍ସ କେରୀଙ୍କ ପରି ଖେଳାଳି ଯଶସ୍ୱୀଙ୍କୁ ଆଗାମୀ ଦିନର ଷ୍ଟାର ଖେଳାଳି ଭାବେ ବିବେଚନା କରିଛନ୍ତି ।

Leave A Reply

Your email address will not be published.