Latest Odisha News

BREAKING NEWS

ଭରତପୁର ଥାନା ଘଟଣା: ଜାତୀୟ ମହିଳା କମିଶନଙ୍କୁ ରିପୋର୍ଟ ପ୍ରଦାନ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଭରତପୁର ଥାନା ଘଟଣାକୁ ନେଇ ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ l ଜାତୀୟ ମହିଳା କମିଶନଙ୍କୁ ରିପୋର୍ଟ ପ୍ରଦାନ କଲା କ୍ରାଇମବ୍ରାଞ୍ଚ l ଗତକାଲି ତଦନ୍ତର ଅଗ୍ରଗତି ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ ଜାତୀୟ ମହିଳା କମିଶନ l ସେପଟେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବବ୍ୟହାର ଓ ନିର୍ଯାତନା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରା l ବର୍ତ୍ତମାନ ୭ ଜଣଙ୍କୁ ଜେରା କରାଯାଇଛି l ଏହାପରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କଥା ହେବୁ l ସବୁ ପକ୍ଷର କଥା ଶୁଣାଯିବା ସହ ଟିକ୍‌ନିକ୍ ତଥ୍ୟ ପ୍ରମାଣ ସଂଗ୍ରହ କରାଯିବ l ତଦନ୍ତରେ କୌଣସି ପକ୍ଷପାତିତା କରାଯିବନି ବୋଲି କହିଛନ୍ତି ଡିଏସ୍‌ପି ନରେନ୍ଦ୍ର ବେହେରା l

ଏହି ସଙ୍ଗୀନ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଜାତୀୟ ମହିଳା କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। ଏଥିସହ ମାମଲାର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚକୁ ରିପୋର୍ଟ ମାଗିଥିଲେ। ଏହି ମାମଲାରେ ହୋଇଥିବା ତଦନ୍ତ ରିପୋର୍ଟ ଆଜି ଜାତୀୟ ମହିଳା କମିଶନଙ୍କୁ ହସ୍ତାନ୍ତର କରିଛି କ୍ରାଇମବ୍ରାଞ୍ଚ । ତେବେ ରିପୋର୍ଟରେ କ’ଣ ଉଲ୍ଲେଖ ଅଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି।

ସେପଟେ ଭରତପୁର ଥାନା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବା ସହ ଚାରିଆଡେ ପ୍ରତିବାଦର ସ୍ୱର ଉଠିଛି l ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି। ଘଟଣାକୁ ନେଇ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ । ଅଟକାଇବା ବେଳେ ପୋଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି l

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ରାତି ୧ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ମେଜର ଏବଂ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ କିଛି ଯୁବକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ସେମାନେ ଏତଲା ନ ରଖି ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ ।

ସେପଟେ ଉକ୍ତ ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ଏଥିସହ ୭ ଜଣ ରୋଡ ରୋମିଓଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ଡିଜିପି ଓ୍ବାଇ.ବି.ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୋଲିସ ମୂଳ ଘଟଣାକୁ ନେଇ ମାମଲା ରୁଜୁ କରିଛି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave A Reply

Your email address will not be published.