Latest Odisha News

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ଗିରଫ ହେଲେ ୭ ରୋଡ ରୋମିଓ

ଭୁବନେଶ୍ବର: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ୍ । ଚନ୍ଦକା ପୋଲିସ୍ ୭ ଜଣଙ୍କୁ ମହିଳାଙ୍କ ଉପରକୁ ହାତ ଉଠାଇଥିବା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହିତ ସେମାନଙ୍କ ମୋବାଇଲ ଓ ତା ମଧ୍ୟରୁ ଗୋଟେ ଭିଡିଓ ଓ ଗୋଟେ ଅଡିଓ ଜବତ କରିଛି ପୋଲିସ୍ । ତେବେ ୭ ଜଣ ସମସ୍ତେ ଛାତ୍ର ବୋଲି ଜଣାପଡିଛନ୍ତି । ହେଲେ ସେଦିନ ସେମାନେ ଏତେ ରାତିରେ ସେଠି କ’ଣ କରୁଥିଲେ ସେନେଇ କିଛି ଜଣା ପଡିନି ।

ତେବେ ୭ ଜଣ ଅଭିଯୁକ୍ତଙ୍କ କହିବା ଅନୁସାରେ, ସେମାନେ ହାତ ଉଠାଇ ନାହାନ୍ତି । ବାନ୍ଧବୀ ଜଣଙ୍କ ଆଗ ତାଙ୍କୁ ଦୁର୍ବ୍ୟବହାର କରିବା ପରେ ସେ ତାଙ୍କ ସହ ଯୁକ୍ତି ତର୍କ କରିଥିଲେ ବୋଲି କହିଛନ୍ତି ।

ତେବେ ଗତ ୧୫ ତାରିଖରେ ୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାର୍‌ରେ ଯାଉଥିବା ସମୟରେ ମଝି ରାସ୍ତାରେ ୨ଟି କାର୍‌ରେ କିଛି ରୋଡ୍‌ ରୋମିଓ ସେମାନଙ୍କୁ ସାଇଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ଦୁହେଁ ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲେ। ହେଲେ ଥାନା ଅଧିକାରୀ ଏନେଇ କାର୍ଯ୍ୟନୁଷ୍ଠାନ ନଗ୍ରହଣ କରି ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଯାହାକୁ ନେଇ ପୋଲିସ୍ ଓ ସେନା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ମେଜରଙ୍କୁ ପୋଲିସ୍ ରାତି ତମାମ ଜେଲରେ ରଖିବା ସହିତ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ ମାରିବା ଅଭିଯୋଗ କରିଥିଲେ ମେଜର । ପରେ ପୋଲିସ୍ ବାନ୍ଧବୀଙ୍କୁ ମଧ୍ୟ ଗିରଫ କରି ଝାରପଡା ଜେଲ ପଠାଇଦେଇଥିଲା । ଏହି ଘଟଣାରେ ଗୁରୁବାର ବାନ୍ଧବୀ ମୁହଁ ଖୋଲିବା ପରେ ଭରତପୁର ଥାନାର ବର୍ବରତା ପଦାରେ ପଡିଛି । ତାଙ୍କୁ ଶାରୀରିକ ତଥା ଯୌନ ନିର୍ଯାତନା ଦିଆଯାଇଥିବା ସେ କଥା କହିଛନ୍ତି । ଯାହାକୁ ନେଇ ଏବେ ପୁରା ରାଜ୍ୟରେ ସୃଷ୍ଟି ହୋଇଛି ହଇଚଇ ।

ଏନେଇ କ୍ରାଇମବ୍ରାଞ୍ଚ ଓ ମହିଳା କମିଶନ ମଧ୍ୟ ଥାନାରେ ନିଲମ୍ବିତ ଆଇଆଇସି ଓ ଅନ୍ୟ ଅଧିକାରୀଙ୍କୁ ପଚରାଉଚରା କରିଛନ୍ତି ।

Leave A Reply

Your email address will not be published.