Latest Odisha News

ବିଜୟଠାରୁ ୬ ୱିକେଟ ଦୂରରେ ଭାରତ

ଚେନ୍ନାଇ: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି । ୫୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ ୪ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଛି । ବିଜୟ ପାଇଁ ଭ୍ରମଣକାରୀ ଦଳକୁ ୨ ଦିନରେ ୩୫୭ ରନ ଆବଶ୍ୟକ ହେଉଥିବା ବେଳେ ଭାରତକୁ ୬ଟି ୱିକେଟ ଦରକାର । ଅଧିନାୟକ ନଜମୁଲ ହାସନ ଶାନ୍ତୋ ୫୧ ଓ ଶାକିବ ଉଲ ହାସନ ୫ ରନ କରି ଅପରାଜିତ ରହିଛନ୍ତି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ଓ ଯଶପ୍ରୀତ ବୁମରାହ ଗୋଟିଏ ୱିକେଟ ନେଇଛନ୍ତି ।

ପୂର୍ବରୁ ରିଷଭ ପନ୍ତ ଓ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ପରେ ଭାରତ ୪ ୱିକେଟରେ ୨୮୭ ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ଗିଲ ୧୧୯ ଓ କେଏଲ ରାହୁଲ ୨୨ ରନ କରି ଅପରାଜିତ ରହିଥିଲେ । ପନ୍ତ ୧୦୯ ରନ କରି ପ୍ୟାaଭିଲିୟନ ଫେରି ଯାଇଥିଲେ । ଯଶସ୍ୱୀ ଜୈସୱାଲ (୧୦), ରୋହିତ ଶର୍ମା(୫) ଓ ବିରାଟ କୋହଲି ୧୭ ରନ କରି ଆଉଟ ହୋଇଥିଲେ । ମେହେନ୍ଦି ହାସନ ମିରାଜ ୨ଟି ୱିକେଟ ଅକ୍ତିଆର କରିଥିଲେ । ଭାରତର ପ୍ରଥମ ଇନିଂସ ସ୍କୋର ୩୭୬ ରନ ଜବାବରେ ବାଂଲାଦେଶ ୧୪୯ ରନ କରି ଅଲଆଉଟ ହୋଇ ଯାଇଥିଲା ।

Leave A Reply

Your email address will not be published.