Latest Odisha News

ବୋଲରଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କଲେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶାର ଅଧିନାୟକ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ୨ ରନରେ ମଣିପାଲ ଟାଇଗର୍ସକୁ ପରାସ୍ତ କରିଛି । କୋଣାର୍କ ସୂର୍ଯ୍ୟାସ ଏଥିସହ ଏହି ଲିଗରେ ଷ୍ଟାଇଲ ସହ ଏଂଟ୍ରି କରିଛି । ବୋଲରଙ୍କ ପ୍ରଦର୍ଶନ ଯୋଗୁଁ ଆମେ ଏହି ମ୍ୟାଚ ଜିତିପାରିଲୁ ବୋଲି କୋଣାର୍କ ଅଧିନାୟକ ଇରଫାନ ପଠାନ କହିଛନ୍ତି । କୋଣାର୍କ ପ୍ରଥମେ ବ୍ୟାଟିଂ କରି ୧୦୪ ରନର ଆଭରେଜ ସ୍କୋର କରିଥିଲା । ଶେଷ ଓଭରରେ ମଣିପାଲ ବିଜୟ ପାଇଁ ୧୩ ରନ ଆବଶ୍ୟକ କରୁଥିଲା । ଅଧିନାୟକ ଇରଫାନ୍ ପଠାନ ନିଜେ ଏହି ଓଭର ବୋଲିଂ କରି ଦଳକୁ ୨ ରନରେ ଜିତାଇଥିଲେ ।

ପ୍ରଥମ ଥର ପାଇଁ ଲିଜେଣ୍ଡସ୍‌ ଲିଗ କ୍ରିକେଟ୍‌ ଖେଳୁଥିବା କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ବିଜୟରୁ ଆରମ୍ଭ କରିଛି ଅଭିଯାନ। ଏହି କ୍ରିକେଟ ଲିଗ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ରାଜସ୍ଥାନର ଯୋଧପୁରସ୍ଥିତ ବରକତୁଲ୍ଲା ଖାନ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଲୋ ସ୍କୋରିଂ ସତ୍ତ୍ବେ ମ୍ୟାଚ୍‌ କିନ୍ତୁ ବହୁତ ରୋମାଞ୍ଚକର ଥିଲା।

ଇରଫାନ୍ ପଠାନଙ୍କ ନେତୃତ୍ବାଧୀନ କୋଣାର୍କ ସୂର୍ଯ୍ୟାସ୍‌ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ହିଁ ଏହାର ପ୍ରଥମ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୨୦ ଓଭରରେ ୯ ୱିକେଟ୍ ହରାଇ ୧୦୪ ରନ୍ ସଂଗ୍ରହ କରିଥିଲା, ଜବାବରେ ହରଭଜନ ସିଂହଙ୍କ ମଣିପାଲ ଟାଇଗର୍ସ ୧୦୨ ରନ୍ ହିଁ ସ୍କୋର କରିପାରିଥିଲା।

ଲିଜେଣ୍ଡସ୍ ଲିଗ୍ କ୍ରିକେଟର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମଣିପାଲ୍ ଟାଇଗର୍ସକୁ ୨ ରନରେ ପରାସ୍ତ କରି କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ନିଜର ପ୍ରଥମ ବିଜୟ ହାସଲ କରିଛି।

ଏହି ଲୋ ସ୍କୋରିଂ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ବେଶ୍ ରୋମାଞ୍ଚକର ଥିଲା। ରିଚାର୍ଡ ଲେଭି ଏବଂ ଅମ୍ବାତି ରାୟୁଡୁ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ପାଇଁ ପାଳି ଆରମ୍ଭ କରିଥିଲେ। ହେଲେ ଦଳର ସ୍କୋର ମାତ୍ର ୧୪ ରନ୍ ହୋଇଥିବାବେଳେ ରାୟୁଡୁ କେବଳ ୮ ରନ୍ କରି ପାଭିଲିୟନ ଫେରିଥିଲେ।

ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଛୋଟ ଛୋଟ ଭାଗିଦାରୀ ସହ ଓଡ଼ିଶା ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୦୪ ରନ୍ ହିଁ କରିପାରିଥିଲା।

୧୦୪ ରନ୍ ବିଜୟ ଲକ୍ଷ୍ୟ ନେଇ ରବିନ୍ ଉଥାପ୍ପା ଏବଂ ସୋଲେମାନ ମାଇର ମଣିପାଲ ଟାଇଗର୍ସ ପାଇଁ ପାଳି ଆରମ୍ଭ କରିଥିଲେ। ହେଲେ ପ୍ରଥମ ଓଭରର ଦ୍ବିତୀୟ ବଲରେ ଉଥାପ୍ପାଙ୍କୁ ଆଉଟ କରି ଶାହାବାଜ ନଦିମ ଓଡ଼ିଶା ପାଇଁ ପ୍ରଥମ ୱିକେଟ୍ ନେଇଥିଲେ।

ଏହାପରେ ସୋଲେମାନ ମାଇର ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହାପରେ ମଣିପାଲ ଟାଇଗର୍ସ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

୨.୫ ଓଭରରେ ୪ ରନ୍ ପାଇଁ ଟପ୍‌ ୩ ବ୍ୟାଟରଙ୍କୁ ହରାଇଥିଲା ଦଳ। ମନୋଜ ତିୱାରୀ (୨) ଓ ସୌରଭ ତିୱାରୀ (୫) ରନ୍ କରି ଖୁବଶୀଘ୍ର ପାଭିଲିୟନ ଫେରିଥିଲେ।

ଏହାପରେ ଯଦିଓ ଡାନିଏଲ କ୍ରିଷ୍ଟିୟାନ ଓ ଓବୁସ ପିଏନାର ସପ୍ତମ ୱିକେଟ ପାଇଁ ଦଳୀୟ ଖାତାରେ ୪୯ ରନ୍ ଯୋଡ଼ିଥିଲେ, ହେଲେ ଏହା ଦଳର ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା। ଡାନିଏଲ କ୍ରିଷ୍ଟିୟାନ ୨୯ ବଲରେ ୩୦ ଓ ଓବୁସ ପିଏନାର ୨୪ ବଲରେ ୩୪ ରନ୍ କରି ଆଉଟ୍‌ ହୋଇଥିଲେ। ତେବେ ଓଡ଼ିଶା ପାଇଁ ଶେଷ ଓଭର ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା। ଯାହାକୁ ବୋଲିଂ କରିଥିଲେ ନିଜେ ଦଳର ଅଧିନାୟକ ଇରଫାନ ପଠାନ। ସେ ଶେଷ ଓଭରରେ ହିଁ ଓଡ଼ିଶାକୁ ମ୍ୟାଚ୍‌ ଜିତାଇଥିଲେ।

ତେବେ ଏହି ଲିଗ୍ ସେହି ଖେଳାଳିମାନଙ୍କ ଦମଦାର ରହିଥିଲା, ଯେଉଁମାନେ ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟ୍ ରୁ ଅବସର ନେଇସାରିଛନ୍ତି। ମ୍ୟାଚ୍ ଜିତିବା ପରେ କୋଣାର୍କ ସୂର୍ୟାସ ଓଡ଼ିଶାର ଅଧିନାୟକ କହିଛନ୍ତି ଯେ ଅବସରପ୍ରାପ୍ତ ଖେଳାଳିଙ୍କ ଜୀବନରେ ପୁଣି ଥରେ ପଡ଼ିଆକୁ ଯିବା ଏବଂ ସେମାନଙ୍କ ସମର୍ଥକଙ୍କ ଆଶା ଅନୁଯାୟୀ ପ୍ରଦର୍ଶନ କରିବା କିପରି କଷ୍ଟକର? “ଆମେ ବର୍ତ୍ତମାନ ପାର୍ଟ ଟାଇମ୍ କ୍ରିକେଟର ଏବଂ ପୁଣି ଥରେ ପଡ଼ିଆକୁ ଫେରିବା କଷ୍ଟକର। ତଥାପି ଶେଷରେ ଏହା ଆମ ପାଇଁ ଏକ ଭଲ ଖେଳ ଥିଲା।

ତେବେ ଇରଫାନ୍ ନିଜକୁ ପୁନର୍ବାର ପ୍ରମାଣ କରିବାକୁ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ସଫଳତାର ସହ ସ୍କୋରକୁ ରକ୍ଷା କରି ତାଙ୍କ ଦଳକୁ ମ୍ୟାଚ୍ ଜିତିବାରେ ସାହାଯ୍ୟ କରିଥିଲେ।

ଯେତେବେଳେ ତାଙ୍କର ଶେଷ ଓଭର ବିଷୟରେ ଏକ ପ୍ରଶ୍ନ ଉଠିଲା, ସେ ଉତ୍ତର ଦେଇ କହିଥିଲେ, “ମୁନାୱେରା ବ୍ୟତୀତ ମୋର ଅନ୍ୟ କୌଣସି ବିକଳ୍ପ ନଥିଲା। ମୁଁ ପ୍ରାୟତଃ ଗୋଟିଏ ଦ୍ରୁତ ବଲ ବ୍ୟତୀତ କଟର୍ସ ବୋଲିଂ କରିବାକୁ ଚେଷ୍ଟା କରିଥିଲି। ମୁଁ ବ୍ୟାଟ୍ସମ୍ୟାନଙ୍କୁ ହିଟ୍ କରିବାକୁ ଦେଇଥିଲି।”

ସେ ତାଙ୍କ ସାଥୀ ଖେଳାଳିଙ୍କୁ ମଧ୍ୟ ପ୍ରଶଂସା କରି କହିଛନ୍ତି, “ବିନୟ କୁମାରଙ୍କୁ ଶେଷ ବଲ ପୂର୍ବରୁ ଏହି କଥା କହିଥିବାରୁ ଧନ୍ୟବାଦ ଯେ ବେନ୍ ଲାଫଲିନ୍ ଜେଟଲେଗ୍ ପାଇଁ ଥକି ଯାଇଥିଲେ ଏବଂ ତେଣୁ ସେ ଅମ୍ବାନ୍ତି ରାୟୁଡୁଙ୍କୁ ବୋଲିଂ ପାଇଁ ପଠାଇଥିଲେ । ୧୩ ଓଭର ପାଇଁ ଗୋଟିଏ ବି ନ ବାଉଣ୍ଡ୍ରି ନଦେଇଥିବାରୁ ମୁଁ ଆମର ବୋଲରମାନଙ୍କର ପ୍ରଶଂସା କରିବି।”

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ମଣିପାଲ ଟାଇଗର୍ସ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ ଆସନ୍ତା ୨୬ରେ ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଖେଳାଯିବ।

Leave A Reply

Your email address will not be published.