Latest Odisha News

ଅଶ୍ୱୀନଙ୍କ ବୋଲିଂରେ ବାଂଲାଦେଶ ଧରାଶାୟୀ, ୨୮୦ ରନରେ ଜିିତିଲା ଟିମଇଣ୍ଡିଆ

ଚେନ୍ନାଇ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଚମତ୍କାର ବୋଲିଂ ବଳରେ ଭାରତ ୨୮୦ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ୫୧୫ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୨୩୪ ରନରେ ଅଲଆଉଟ ହୋଇଯାଇଥିଲା । ଅଶ୍ୱୀନ ୬ଟି ଓ ରବୀନ୍ଦ୍ର ଜାଡେଜା ୩ଟି ୱିକେଟ ଅକ୍ତିଆର କରିଥିଲେ । ଟେଷ୍ଟରେ ଅଶ୍ୱୀନ ୩୭ଥର ୫ରୁ ଅଧିକ ୱିକେଟ ହାସଲ କରି ଶେନ ୱର୍ଣ୍ଣଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ବାଂଲାଦେଶ ପକ୍ଷରୁ ନଜକୁଲ ହୁସେନ ଶାନ୍ତୋ ୮୨ ରନ କରିଥିଲେ ।

ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ କରି ୩୭୬ ରନ ସଂଗ୍ରହ କରିଥିଲା । ଜବାବରେ ବାଂଲାଦେଶ ୧୪୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ରୋହିତ ଶର୍ମା ବାଂଲାଦେଶକୁ ଫଲୋଅନ ନ ଦେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ରିଷଭ ପନ୍ତ ଓ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ୪ ୱିକେଟରେ ୨୮୭ ରନ କରି ଇନିଂସ ଘୋଷଣା କରିଥିଲା । ତୃତୀୟ ଦିବସ ଶେଷ ସୁଦ୍ଧା ବାଂଲାଦେଶ ୪ ୱିକେଟ ହରାଇ ୧୫୮ ରନ କରିଥିଲା । ୪ର୍ଥ ଦିବସରେ ଭ୍ରମଣକାରୀ ଦଳ ମାତ୍ର ୭୬ ରନରେ ବାକି ୬ଟି ୱିକେଟ ହରାଇଥିଲା । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଅଶ୍ୱୀନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.