Latest Odisha News

ଲେବାନନ ଛାଡିବାକୁ ନାଗରିକଙ୍କୁ କହିଲେ ଆମେରିକା ସମେତ ଅନ୍ୟ ଦେଶ

ନୂଆଦିଲ୍ଲୀ: ଇସ୍ରାଏଲ ଓ ଲେବାନନ ମଧ୍ୟରେ ସଂଘର୍ଷ ତୀବ୍ର ହେବାରେ ଲାଗିଛି । ରବିବାର ଆମେରିକା, ଫ୍ରାନ୍ସ, କାନାଡା ଓ ବ୍ରିଟେନ ତାଙ୍କ ନାଗରିକଙ୍କୁ ଲେବାନନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲେବାନନରେ କିଛି ବଡ ହେବାକୁ ଯାଉଛି । ବିମାନ ସେବା ଉପଲବ୍ଧ ହେବା ପର୍ଯ୍ୟନ୍ତ ତୁରନ୍ତ ସ୍ଥ୍‌ାନ ପରିତ୍ୟାଗ କରିବାକୁ କୁହାଯାଇଛି । କିଛି ଦିନ ତଳେ ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାହର ଶୀର୍ଷ କମାଣ୍ଡର ଅହମ୍ମଦ ବାହବୀଙ୍କ ମୃତ୍ୟୁ ଘଟିଥିଲା । ଏ ପର୍ଯ୍ୟନ୍ତ ସେଠାରେ ୩୭ ଜଣ ମୃତ୍ୟୁବରଣ କରି ସାରିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ଯୁଦ୍ଧ କ୍ୟାବିନେଟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ହମାସ ପରେ ଏବେ ହିଜବୁଲ୍ଲାକୁ ଟାର୍ଗେଟ କରିବା ସମୟ ଉପନୀତ ହୋଇଛି ।

ପେଜର, ୱାକିଟକି ବିସ୍ଫୋରଣ ପରେ ଇସ୍ରାଏଲ କେଉଁ ପଦକ୍ଷେପ ଗ୍ରହଣ କରୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ହିଜବୁଲ୍ଲାହ ମଧ୍ୟ ରବିବାର ଉତର ସୀମାରେ ୪୦ ରକେଟ ଛାଡିଥିଲେ ମଧ୍ୟ ବିଶେଷ କ୍ଷୟ କ୍ଷତି ଘଟି ନାହିଁ । ଇସ୍ରାଏଲର ବାୟୁ ରକ୍ଷା ପ୍ରଣାଳୀ ଦ୍ୱାରା ଅଧିକାଂଶ ରକେଟକୁ ଉପରେ ନଷ୍ଟ କରି ଦିଆଯାଇଥିଲା । ବାକି କେତୋଟି ନିର୍ଜନ ସ୍ଥାନରେ ପଡିଛି । ଇରାନର ଭୂମିକା ଉପରେ ମଧ୍ୟ ଇସ୍ରାଏଲ ତୀକ୍ଷଣ ନଜର ରଖିଛି । ଇରାନ ସିଧାସଳଖ ଆକ୍ରମଣ ନ କରି ହିଜବୁଲ୍ଲାହଙ୍କ ମାଧ୍ୟମରେ ଇସ୍ରାଏଲକୁ ଟାର୍ଗେଟ କରୁଛି ।

Leave A Reply

Your email address will not be published.