Latest Odisha News

BREAKING NEWS

କାହିଁକି ୧୧ ଦିନିଆ ଉପବାସ କରିବେ ପୱନ କଲ୍ୟାଣ? 

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ତିଆରି ହେଉଥିବା ଲଡୁ ପ୍ରସାଦକୁ ନେଇ ବିବାଦ ଥମିବାର ନା ନେଉନାହିଁ। ଏହାରି ମଧ୍ୟରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ କହିଛନ୍ତି ଯେ ତିରୁମାଲା ତିରୁପତି ମନ୍ଦିରରେ ଦିଆଯାଇଥିବା ଲଡୁ ପ୍ରସାଦରେ ପଶୁ ଚର୍ବି ମିଶ୍ରିତ ହୋଇଥିବାରୁ ସେ ଅନୁତାପ କରୁଛନ୍ତି। ଏଥିପାଇଁ ସେ ୧୧ ଦିନିଆ ଉପବାସ କରିବେ। ଏନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଜାତୀୟ ସ୍ତରରେ ‘ସନାତନ ଧର୍ମ ରକ୍ଷା ବୋର୍ଡ’ ଗଠନ କରିବାକୁ ଦାବି କରିଛନ୍ତି। ପ୍ରସିଦ୍ଧ ତିରୁମାଲା ଲଡୁ ପ୍ରସାଦରେ ପଶୁ ଚର୍ବି ମିଶାଯାଇଥିବା ଅଭିଯୋଗ ହେବା ପରେ ଏହି ଦାବି ଉଠିଛି। ଗୁଜୁରାଟର ଏକ ପରୀକ୍ଷାଗାରର ଏକ ରିପୋର୍ଟରେ ପ୍ରସାଦରେ ବ୍ୟବହୃତ ଘିଅରେ ଗାଈ ଚର୍ବି ଏବଂ ମାଛ ତେଲ ଥିବା କୁହାଯାଇଛି। ଏହି ଦାବିକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.