Latest Odisha News

ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ

ମୟୂରଭଞ୍ଜ: ଆଜି ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ମୟୂରଭଞ୍ଜ ଗସ୍ତ । ଏଥିପାଇଁ ରବିବାର ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି । ଜିଲ୍ଲା ସଦର ମହକୁମା ବାରିପଦା ଛଉ ପଡ଼ିଆ ଠାରେ ଆୟୋଜିତ ବିକାଶ ମେଳାରେ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେବେ ।

ଏଥିପାଇଁ ମୁଖ୍ୟମନ୍ତ୍ରୀ କେନ୍ଦୁଝରରୁ ହେଲିକପ୍ଟର ଯୋଗେ ମଧ୍ୟାହ୍ନ ପରେ ସାଢ଼େ ୧ଟାରେ ଅବତରଣ କରିବେ । ସେଠାରୁ କଡା ସୁରକ୍ଷା ଭିତରେ ସର୍କିଟ ହାଉସ୍‌ରେ ୧ଟା ୫ରେ ପହଞ୍ଚିବେ । ସର୍କିଟ ହାଉସରେ ମଧ୍ୟାହ୍ନଭୋଜନ ସହ ଦିନ ୨ଟା ୫୦  ପର୍ଯ୍ୟନ୍ତ ବିଶ୍ରାମ ନେବେ । ପରେ କାର୍‌ରେ ଛଉ ପଡ଼ିଆ ଅଭିମୁଖେ ଯାଇ ରାଜ୍ୟ  ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବିକାଶମେଳାରେ ଯୋଗଦେବେ । ତା ପରଦିନ  ସକାଳ ୮ଟା ୪୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଅଭିମୁଖେ ଫେରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.