Latest Odisha News

BREAKING NEWS

ଭରତପୁର ଘଟଣାରେ ନ୍ୟାୟିକ ସହ କ୍ରାଇମବ୍ରାଞ୍ଚ ତଦନ୍ତ, ଭାରତରେ ପ୍ରଥମ କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ପୂରା ରାଜ୍ୟର ନଜର ଏବେ ଭରତପୁର କାଣ୍ଡ ଉପରେ । ପ୍ରତି ମିନିଟରେ ଏକ ନୂଆ ମୋଡ ନେଉଛି ଘଟଣା । ଏହି ଘଟଣାରେ କ୍ରାଇମବ୍ରାଞ୍ଜ ତଦନ୍ତ କରୁଥିବା ବେଳେ ଏବେ ଏହା ବିଚାର ବିଭାଗୀୟ ତଦନ୍ତ ପାଇଁ କୋର୍ଯଙ୍କ ହାତକୁ ଟେକି ଦିଆଯାଇଛି । ସେପଟେ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଏଡିଜି ଓ ପୋଲିସ୍ ଡିଜିପି ଏବଂ ସେନା ଅଧିକାରୀ ମୁଖ୍ୟ ଭେଟିଛନ୍ତି । ଘଟଣାର ଅଗ୍ରଗତି ନେଇ ଆଲୋଚନା କରିଥିବା ସୂଚନା ମିଳିଛି ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ । ସରକାରଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ଖୁସି ବ୍ୟକ୍ତ କରିଛନ୍ତି ।  ଯାହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି, ଗୋଟିଏ ମାମଲାରେ ଦୁଇଟି ତଦନ୍ତ ହେବା ଭାରତରେ ପ୍ରଥମ ଘଟଣା । ଆମେ ପୂର୍ବରୁ ସଂକଳ୍ପ ପତ୍ରରେ କହିଥିଲୁ ନାରୀ ସୁରକ୍ଷା ନେଇ ଯେତେବେଳେ ପ୍ରଶ୍ନ ଉଠିବ ସେତେବେଳେ ଜିରୋ ଟଲରାନ୍ସ ନୀତି ଆପଣାଯିବ । ଯାହା ସରକାର କରିଛି । ଏଥିସହିତ ୬୦ ଦିନ ଭିତରେ କିଭଳି ପୀଡିତା ନ୍ୟାୟ ପଇବେ ସେନେଇ ମଧ୍ୟ ପଦକ୍ଷେପ ନିଆଯିବ । ଉଭୟ କ୍ରାଇମବ୍ରାଞ୍ଚ ଓ ନ୍ୟାୟିକ ବିଭାଗ ଏହାର ତ୍ବରିତ ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସରକାର ନିଷ୍ମତ୍ତି ନେବା ପରେ ସେନା ଅଧିକାରୀଙ୍କୁ ଏନେଇ ଜଣାଇ ଦିଆଯାଇଥିଲା  । ଯାହାକୁ ନେଇ ସେମାନେ ଆଜି ସରକାରଙ୍କୁ ଭେଟିଛନ୍ତି ।

ଖାଲି ସେତିକି ନୁହେଁ, ଏହି ଘଟଣାରେ ବିରୋଧୀ ବିଜେଡିକୁ ମଧ୍ୟ କଡା ସମାଲୋଚନା କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ମୁହଁରେ ଲାଜ ନଥିଲେ ଏଭଳି କାମ କରନ୍ତି । ୨୪ ବର୍ଷ ବିଜେଡି ସରକାରରେ ଏଭଳି ଅନେକ ଘଟଣା ଘଟିଛି । ଇତିଶ୍ରୀ ବେବିନା ମାଧବୀ ଲତାଙ୍କ ଠାରୁ ଆରମ୍ଭ କରି ଅନେକ ଘଟଣା ରହିଛି । ହେଲେ ଆଜି ଯାଏଁ ନ୍ୟାୟ ମିଳିନି । ମାହାଙ୍ଗା ମର୍ଡର ଠାରୁ ଆରମ୍ଭ କରି ମହିଳା ସୁରକ୍ଷା ପର୍ଯ୍ୟନ୍ତ, ସବୁଥିରେ ଦୋଷୀଙ୍କୁ ଘଣ୍ଟ ଘୋଡାଇଥିଲେ ପୁର୍ବ ରାଜ୍ୟ ସରକାର । ତାଙ୍କ ବେଳେ ଯଦି ଏପରି ଘଟଣାରେ ୫ ପ୍ରତିଶତ ବି ଦୃଷ୍ଟି ଦେିଥାନ୍ତା ତାହାଲେ କିଛି ସୁପଲ ମିଳିଥାନ୍ତା ବୋଲି କହି କଟାକ୍ଷ କରିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.