Latest Odisha News

ଲିଜେଣ୍ଡସ ଲିଗ କ୍ରିକେଟ: ମଣିପାଲ ବିପକ୍ଷରେ ପୂନର୍ବାର ବିଜୟ ଲକ୍ଷ୍ୟରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ସୁରଟ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଯୋଧପୁରରେ କୋଣାର୍କ ସୂର୍ଯ୍ୟାସ ଓଡିଶାର ତାର ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ମଣିପାଲ ଟାଇଗର୍ସକୁ ୨ ରନରେ ପରାସ୍ତ କରିଥିଲା । ଇରଫାନ ପଠାନ ନେତୃତ୍ୱାଧୀନ କୋଣାର୍କ ସୂର୍ଯ୍ୟାସ ଓଡିଶା ୨୭ରେ ପୂନର୍ବାର ସୁରଟରେ ମଣିପାଲ ଟାଇଗର୍ସକୁ ଭେଟିବ । ଏହି ମ୍ୟାଚରେ ମଧ୍ୟ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଇରଫାନଙ୍କ ଟିମ ରହିବ । ଅପରପକ୍ଷରେ ମଣିପାଲ ଟିମ ବିଜୟଧାରାକୁ ଫେରିବାକୁ ଚାହିଁବ । ପ୍ରଥମ ମ୍ୟାଚ ଖେଳାଯାଇଥିବା ପିଚ ଧୀମା ଥିଲା ଏବଂ ବୋଲରଙ୍କୁ ସୁହାଉଥିଲା । ଫଳରେ କୋଣାର୍କ ସୂର୍ଯ୍ୟାସ ବଡ ସ୍କୋର କରିପାରି ନ ଥିଲା ।

ଆଗକୁ ଦଳ ବଡ ସ୍କୋର କରିବା ଲକ୍ଷ୍ୟରେ ରହିଛି । ରସ ଟେଲର ଓ ୟୁସୁଫ ପଠାନଙ୍କ ଉପରେ ଏହି ଦାୟିତ୍ୱ ବିଶେଷ ଭାବେ ନ୍ୟସ୍ତ ରହିବ । ଓଡିଶାର ପୂର୍ବତନ ରଣଜୀ କ୍ରିକେଟର ନଟରାଜ ବେହେରା ଏହି ମ୍ୟାଚରେ ଖେଳି ପାରନ୍ତି । ଅବଶ୍ୟ ଏହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ନଟରାଜଙ୍କ ଉପସ୍ଥିତି ଓଡିଆ ପ୍ରଶଂସକଙ୍କ ମନ ଜିଣିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.