Latest Odisha News

BREAKING NEWS

ଭିନେଶ ଫୋଗଟଙ୍କୁ ନୋଟିସ ଜାରୀ କଲା ନାଡା

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ବୁଧବାର ମହିଳା ରେସଲର ଭିନେଶ ଫୋଗଟଙ୍କୁ ନୋଟିସ ଜାରୀ କରିଛି । ସେ କେଉଁଠାରେ ରହୁଛନ୍ତି ତାହା ଜଣାଇବା ପାଇଁ ନାଡା ଏହି ନୋଟିସ ପ୍ରଦାନ କରିଛି । ୧୪ ଦିନ ମଧ୍ୟରେ ଭିନେଶଙ୍କୁ ଏ ସମ୍ପର୍କରେ ତଥ୍ୟ ଦେବା ପାଇଁ କୁହାଯାଇଛି । ଡୋପ ଟେଷ୍ଟ ପାଇଁ ସମସ୍ତ ଖେଳାଳିଙ୍କ ପାଇଁ ଏହା ଜରୁରୀ କରାଯାଇଛି । ଯଦି ଜଣେ ଖେଳାଳି ନିର୍ଦ୍ଦିଷ୍ଟ ସ୍ଥାନରେ ରହୁଥିବା ଜଣାଇବା ପରେ ଯଦି ଉପଲବ୍ଧ ନ ହୁଅନ୍ତି ତେବେ ଏହାକୁ ବିଫଳତା ବୋଲି ମାନି ନିଆଯିବ ।

ନାଡା ନୋଟିସରେ ଉଲ୍ଲେଖ ରହିଛି ରେସଲରରୁ ରାଜନେତା ସାଜିଥିବା ଭିନେଶ ସେପ୍ଟମ୍ବର ୯ରେ ସୋନୀପତ ଖରଖୌଦା ଗ୍ରାମରେ ଥିବା ଜଣାଇଥିଲେ । ଡୋପ ଟେଷ୍ଟ ପାଇଁ ଅଧିକାରୀ ଯିବା ସମୟରେ ସେ ସେଠାରେ ଉପଲବ୍ଧ ନ ଥିଲେ । ସୂଚନାଯୋଗ୍ୟ, ଭିନେଶ ପ୍ୟାରିସ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହା ପରେ ସେ ନିରାଶ ସହକାରେ ରେସଲିଂରୁ ଅବସର ଘୋଷଣା କରିଥିଲେ । ନିକଟରେ ଭିନେଶ ଏବଂ ବଜରଙ୍ଗ ପୂନିଆ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଜୁଲାନାରୁ ଭିନେଶ ନିର୍ବାଚନ ଲଢ଼ୁଛନ୍ତି ।

Leave A Reply

Your email address will not be published.