Latest Odisha News

BREAKING NEWS

ମା’ ଅମ୍ବାଜୀଙ୍କ ଶକ୍ତିପୀଠ: ଯେଉଁଠି ନାହିଁ କୌଣସି ପ୍ରତିମା

ନୂଆଦିଲ୍ଲୀ: ଆଉ ଦିନ କେଇଟାରେ ଧରାବତରଣ କରିବେ ମାଆ ଜଗତଜନନୀ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ଭାରତ ତଥା ଓଡ଼ିଶାର ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇସାରିଛି । ଓଡ଼ିଶା ସମେତ ସମଗ୍ର ଭାରତରେ ମାଆଙ୍କର ଷୋଡଶ ପୂଜା ଆରମ୍ଭ ହୋଇଛି । ଭାରତରେ ଅନେକ ପ୍ରସିଦ୍ଧ ଶକ୍ତିପୀଠ ରହିଛି । ତନ୍ମଧ୍ୟରୁ ଗୁଜରାଟର ମାଆ ଅମ୍ବାଜୀଙ୍କ ପୀଠ ଅନ୍ୟତମ । ଅମ୍ବାଜୀଙ୍କ ଶକ୍ତି ପୀଠର ଭିନ୍ନ ଭିନ୍ନ କାହାଣୀ ରହିଛି । କୁହାଯାଏ ଏହି ଶକ୍ତିପୀଠକୁ ଯିଏ ଥରେ ଦର୍ଶନ ପାଇଁ ଆସିଥାଏ ତାର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ମାତା ଅମ୍ବାଜୀଙ୍କର ଏହି ମନ୍ଦିରରେ କୌଣସି ପ୍ରତିମା ନାହିଁ ବରଂ ମାଙ୍କ ଶ୍ରୀଯନ୍ତ୍ରକୁ ଏଠାରେ ପୂଜା କରାଯାଉଛି ।

ଗୁଜୁରାଟର ବନସକନ୍ଥ ଜିଲ୍ଲାରେ ଅବସ୍ଥିତ ମାତା ଅମ୍ବାଜୀଙ୍କ ମନ୍ଦିର । କୁହାଯାଏ ଏହି ଶକ୍ତିପୀଠରେ ମା ସତୀଦେବୀଙ୍କର ହୃଦୟ ପଡିଥିଲା। ଅମ୍ବାଜିଙ୍କ ମନ୍ଦିରର ରହଛି ଅନେକ କାହାଣୀ । ମାଙ୍କର କୌଣସି ପ୍ରତିମା ନୁହେଁ ବରଂ ଯନ୍ତ୍ର ପୂଜା କରାଯାଏ l ଆଉ ସେହି ଯନ୍ତ୍ରକୁ ଗୁପ୍ତ ଭାବରେ ରଖାଯାଇଥାଏ । ମା ଅମ୍ବାଜୀଙ୍କ ଏହି ମନ୍ଦିର ପ୍ରାୟ ୧୨୦୦ ବର୍ଷ ପୁରୁଣା ଅଟେ । ଏହି ମନ୍ଦିରକୁ ପୂନଃ ନିର୍ମାଣ କରାଯାଇଥିଲା ୧୯୭୫ ମସିହାରେ । ମନ୍ଦିରର ଉଚ୍ଚତା ପ୍ରାୟ ୧୦୩ ଫୁଟ୍‌ ହୋଇଥିବା ବେଳେ ମନ୍ଦିରର ଶିଖରରେ ୩୫୮ଟି ସ୍ୱଣ୍ଣ କଳସ ରହିଛି l

ପୌରାଣିକ କଥା ଅନୁଯାଇ ଭଗବାନ ଶ୍ରୀକୃଷ୍ଣଙ୍କର ଚୁଟି ପକାଇବାର ପରମ୍ପରା ମାତା ଯଶୋଦା ଓ ପିତା ନନ୍ଦରାଜା ଏହିଠାରେ ହିଁ କରିଥିଲେ । ସେହିପରି ଭଗବାନ ରାମ ଓ ଲକ୍ଷ୍ଣଣ ମାତା ସିତାଙ୍କୁ ଖୋଜି ଖୋଜି ଏହି ମନ୍ଦିରକୁ ଯାଇଥିବା l କେବଳ ସେତିକି ନୁହେଁ ବାଲ୍ମିକ୍‌ ମୁନି ରାମୟଣ ଲେଖିବାର ଶୁଭାରମ୍ବ ମଧ୍ୟ ଏହି ତପୋଭୂମିରୁ କରିଥିଲେ
l ନବରାତ୍ରୀ ସମୟରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ବଢିଯାଇଥାଏ । ଏହି ସମୟରେ ମନ୍ଦିର ପରିସରରେ ଦାଣ୍ଡିଆ ନାଚ ସହ ଶକ୍ତିଙ୍କର ଆରାଧନା କରାଯାଇଥାଏ । ପୁରା ଗୁଜୁରାଟ ଏହି ସମୟରେ ମାତାଙ୍କ ଦର୍ଶନ ପାଇଁ ଏକତ୍ରୀତ ହୋଇଥାନ୍ତି । ସପ୍ତସତି ପାଠ ଦ୍ୱାରା ମନ୍ଦିରର ପ୍ରାଙ୍ଗନ ଭକ୍ତିମୟ ହୋଇଉଠେ । ପୂଜା ସମୟରେ ମାଙ୍କ ମନ୍ଦିରକୁ ଧ୍ୱଜା ପ୍ରଦାନ କରି ନିମନ୍ତ୍ରଣ କରିଥାନ୍ତି ଭକ୍ତ ମାନେ ।

 

Leave A Reply

Your email address will not be published.