Latest Odisha News

ବଢୁଛି ଜଳସ୍ତର, ହୀରାକୁଦ ଖୋଲିଲା ଆଉ ୩ଟି ଗେଟ୍

ଭୁବନେଶ୍ୱର; ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍ l ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଆଜି ଆଉ ୩ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୪ଟି ଗେଟ ଖୋଲାଥିବା ବେଳେ ଏବେ ଆଉ ୩ଟି ଗେଟ୍ ଖୋଲିଛି l ବର୍ତ୍ତମାନ ମୋଟ ୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି l

ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ହୀରାକୁଦ ଜଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଆଜି ପୁଣି ହୀରାକୁଦ ଡ଼୍ୟାମର ଗୋଟେ ପରେ ଗୋଟେ ଗେଟ ଖୋଲିବାରେ ଲାଗିଛି l ରାଜ୍ୟରେ ଜାରି ରହିଛି ବର୍ଷାର ବିତ୍ପାତ । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ବର୍ତ୍ତମାନ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଲାଗିରହିଛି । ସେପଟେ ଆଜି ପ୍ରବଳ ବର୍ଷ ନେଇ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ନୟାଗଡ, ଢେଙ୍କାନାଳ ଗଂଜାମ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.