Latest Odisha News

BREAKING NEWS

ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ଘଟଣା । ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ କଲେ ପୋଲିସ ଅଧିକାରୀଙ୍କ ମା’। କୋର୍ଟ ଆଦେଶ ଅବମାନନା ନେଇ ପୋଲିସ ଅଫିସରଙ୍କ ମା’ ଏହି ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଛନ୍ତି ।

ମେଜର କିମ୍ବା ବାନ୍ଧବୀଙ୍କ ନାଁ ମିଡ଼ିଆରେ ପ୍ରକାଶ ପାଇଁ ମନା କରିଥିଲେ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏକ ଜାତୀୟ ଚ୍ୟାନେଲକୁ ଆସିଥିଲେ ପୀଡ଼ିତା । ଜଣେ ବରିଷ୍ଠ ମହିଳା ସାମ୍ବାଦିକଙ୍କୁ ବିସ୍ତୃତ ସାକ୍ଷାତକାର ଦେଇଥିଲେ । ଏହାକୁ ନେଇ ତାଙ୍କ ପରିବାର ମାନସିକ ଚାପରେ ଥିବା ପିଟିସନରେ ଉଲ୍ଲେଖ ରହିଛି ।

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ ମାରିବା ମାମଲାରେ ଆଇଆଇସିଙ୍କ ସମେତ ୫ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିଲେ।

ପୂର୍ବରୁ ଭରତପୁର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ମିଳି ସାରିଥିବାବେଳେ, ନିଲମ୍ବିତ ଆଉ ୩ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ୍ ଟେଷ୍ଟ ପାଇଁ ଅନୁମତି ଦେଲେ ଏସଡିଜେଏମ୍ କୋର୍ଟ । ଜଣେ ଏସଆଇଙ୍କ ସହ ୨ ଜଣ ଏଏସଆଇଙ୍କ ପଲିଗ୍ରାଫ ଟେଷ୍ଟକୁ ଅନୁମତି ମିଳିଛି । ଏଥିପାଇଁ ସମସ୍ତ ୪ ଅଧିକାରୀ ଗୁଜରାଟ ଯିବେ ।

Leave A Reply

Your email address will not be published.