Latest Odisha News

ଆରମ୍ଭ ହେଲେ ରାଜ୍ୟସ୍ତରୀୟ ସବଜୁନିୟର ମହିଳା ହକି

ରାଉରକେଲା: ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ତୃତୀୟ ସବ ଜୁନିୟର ମହିଳା ହକି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି । ଏହି ଚାମ୍ପିୟନଶିପରେ ୨୦ଟି ବଛା ବଛା ଦଳ ଅଂଶଗ୍ରହଣ କରୁଛନ୍ତି । ରାୟଗଡା, ଝାରସୁଗୁଡା, ସ୍ପୋର୍ଟ୍ସ ହଷ୍ଟେଲ ରାଉରକେଲା, ରାଉରକେଲା ଷ୍ଟିଲ ପ୍ଲାଂଟ, କିଟ ଏବଂ କିସ, ଗାଙ୍ଗପୁର ହକି ଆସୋସିଏଶନ, ଦେଓଗଡ, ଜଗତସିଂହପୁର, କଳାହାଣ୍ଡି ଓ ସମ୍ବଲପୁର ବିଜୟ ହାସଲ କରି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ।

ରାୟଗଡା ୨-୦ ଗୋଲରେ କଟକକୁ, ଝାରସୁଗୁଡା ୬-୦ରେ ପୁରୀକୁ, ନୟାଗଡ ୩-୦ ଗୋଲରେ ଗଜପତିକୁ, ଖୋର୍ଦ୍ଧା ୧୦-୦ରେ ଢ଼େଙ୍କାନାଳକୁ, ସ୍ପୋର୍ଟ୍ସ ହଷ୍ଟେଲ ରାଉରକେଲା ୫-୦ରେ ଭଦ୍ରକକୁ ଓ ରାଉରକେଲା ଷ୍ଟିଲ ପ୍ଲାଂଟ ୯-୦ରେ ମୟୂରଭଞ୍ଜକୁ ହରାଇଥିଲେ ।

କିଟ ଏବଂ କିସ ୫-୦ରେ ବରଗଡକୁ, ଗାଙ୍ଗପୁର ହକି ଆସୋସିଏଶନ ୫-୦ରେ କନ୍ଧମାଳକୁ, ଦେଓଗଡ ୩-୦ରେ ମାଲକାନାଗିରିକୁ, ଜଗତସିଂହପୁର ୨-୧ରେ ବଲାଙ୍ଗୀରକୁ, କଳାହାଣ୍ଡି ଶୁଟଆଉଟରେ ଏସଏମଏସ ହକି ଏକାଡେମୀକୁ ଓ ସମ୍ବଲପୁର ୬-୨ ଗୋଲରେ ନବରଙ୍ଗପୁରକୁ ପରାସ୍ତ କରିଥିଲେ ।

ହକି ଆସୋସିଏଶନ ଅଫ ଓଡିଶାର ସଭାପତି ଦିଲୀପ ତିର୍କି ଖେଳାଳିଙ୍କ ପ୍ରଦର୍ଶନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗକୁ ଓଡିଶା ଅନେକ ପ୍ରତିଭାବାନ ଖେଳାଳି ହାସଲ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.