Latest Odisha News

ବୈଜ୍ଞାନିକଙ୍କ ବଡ ଖୁଲାସା, ୨୦୦ ବର୍ଷରେ ଶେଷ ହୋଇଯିବ ଆଣ୍ଟାର୍କଟିକାର ଗ୍ଲେସିଅର

ନୂଆଦିଲ୍ଲୀ: ଏପରି କିଛି ଜିନିଷ ଅଛି ଯାହା ମଣିଷକୁ ସୂର୍ଯ୍ୟଙ୍କର ପ୍ରଖର ଉତ୍ତାପରୁ ରକ୍ଷା କରିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଆଣ୍ଟାର୍କଟିକାର ଗ୍ଲେସିଅର । ଏହା ପୃଥିବୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । କିନ୍ତୁ ନିକଟରେ ବୈଜ୍ଞାନିକଙ୍କ ଅଧ୍ୟୟନରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଆଣ୍ଟାର୍କଟିକାର ଏକ ବିରାଟ ବଡ ଗ୍ଲାସିଅର୍ ଯାହା ‘ଡୁମ୍ସଡେ ଗ୍ଲାସିଅର୍’ ଭାବରେ ମଧ୍ୟ ଜଣାଶୁଣା ତାହା ଆସନ୍ତା ୨୦୦ ରୁ ୯୦୦ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ତରଳି ଯିବ । ଏହି ଗ୍ଲେସିୟରକୁ ଥ୍ୱାଇଟସ୍ ଗ୍ଲେସିୟର ମଧ୍ୟ କୁହାଯାଏ ଏବଂ ଏହାର ଆକାର ଫ୍ଲୋରିଡା ରାଜ୍ୟ ସହିତ ସମାନ ।​

ତେବେ ଏହି ଗ୍ଲାସିଅର ତରଳିବାର ସବୁଠାରୁ ବଡ କାରଣ ଗ୍ଲୋବାଲ ୱାର୍ମିଂ ବୋଲି କୁହାଯାଉଛି । ତାପମାତ୍ରା ବୃଦ୍ଧି ହେତୁ ଗ୍ଲେସିଅରଗୁଡିକ ଅତି ଶୀଘ୍ର ତରଳିବାରେ ଲାଗିଛି । ଏହା ବ୍ୟତୀତ ଉତ୍ତପ୍ତ ସମୁଦ୍ରର ଜଳ ତଳଭାଗରୁ ଗ୍ଲେସିଅରକୁ ତରଳାଇବାରେ ଲାଗିଛି । ଆହୁରି ମଧ୍ୟ, ଗ୍ଲେସିୟର ଗଠନରେ ପରିବର୍ତ୍ତନ ହେତୁ ଏହା ଦ୍ରୁତ ଗତିରେ ଭାଙ୍ଗୁଥିବା ନେଉ ଅଧ୍ୟୟନର ରିପୋର୍ଟରେ ପ୍ରକାଶ ପାଇଛି ।

କହିରଖୁଛୁ କି ଆଣ୍ଟାର୍କଟିକାର ଗ୍ଲେସିଅର ତରଳିବା ପୃଥିବି ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ । ଯଦି ଏହି ଗ୍ଲେସିଅର ସଂପୂର୍ଣ୍ଣ ତରଳିଯାଏ, ତେବେ ବିଶ୍ୱର ସମୁଦ୍ର ପତ୍ତନ ଅନେକ ମିଟର ପର୍ଯ୍ୟନ୍ତ ବଢିଯାଇପାରେ । ଏହାର ଅର୍ଥ ହେଉଛି ପୃଥିବୀର ଉପକୂଳବର୍ତ୍ତୀ ଅଞ୍ଚଳ ସମ୍ପୁର୍ଣ୍ଣ ଭାବରେ ଜଳମଗ୍ନ ହେବା ସହ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଯିବେ । ଆହୁରି ମଧ୍ୟ, ଗ୍ଲେସିୟର ତରଳିବା ଦ୍ୱାରା ପୃଥିବୀର ଜଳବାୟୁ ଏବଂ ସମୁଦ୍ରରର ଧାରାରେ ଏକ ବଡ ପରିବର୍ତ୍ତନ ଆସିବ । ଏହାଦ୍ଵାରା ସମଗ୍ର ବିଶ୍ୱରେ ପାଣିପାଗରେ ଅନିଶ୍ଚିତତା ବଢିଯାଇପାରେ । ଏହା ବ୍ୟତୀତ ସମୁଦ୍ର ପତ୍ତନ ବୃଦ୍ଧି ହେତୁ ଅନେକ ଦ୍ୱୀପପୁଞ୍ଜ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବ, ଯେଉଁ କାରଣରୁ ଅନେକ ପ୍ରଜାତିଙ୍କର ଅସ୍ତିତ୍ୱ ବିପଦରେ ପଡ଼ିବ ।

Leave A Reply

Your email address will not be published.