Latest Odisha News

BREAKING NEWS

ଥାନାକୁ ଆସିଲା କଲ୍… ‘ଏକୁଟିଆ ଝିଅ, ସାହାଯ୍ୟ ଦରକାର’, ତା ପରେ ପୋଲିସ୍ ପହଞ୍ଚି ଯାହା ଦେଖିଲା…..

ଆଗ୍ରା: ବର୍ତ୍ତମାନ ସ୍ଥିତିରେ ଯେଉଁଭଳି ଭାବେ ମହିଳାଟି ଅସୁରକ୍ଷିତ ହୋଇଯାଇଛି, ସେନେଇ ବିଭିନ୍ନ ରାଜ୍ୟରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ହେଲପ୍ ଡେକ୍ସ ପ୍ରସ୍ତୁତ କରାଯାଇ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ଏଥିପାଇଁ ସ୍ବତନ୍ତ୍ର ଟିମ୍ ମଧ୍ୟ ମୁତୟନ କରାଯାଇଛି । ଯିଏବି ଏହି ନମ୍ବରରେ କଲ୍ କରିବ ସଙ୍ଗେ ସଙ୍ଗେ ପୋଲିସ୍ ତା ପାଖରେ ପହଞ୍ଚିବା ସହ ସେହି ନମ୍ବରକୁ ଟ୍ରାକ କରିବା ମଧ୍ୟ ଆରମ୍ଭ କରିଦେଇଥାଏ ।

ତେବେ ଏବେ ଏହାକୁ ନେଇ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶ ଆଗ୍ରାରେ ପୋଲିସ୍ କଣ୍ଟ୍ରୋଲ ରୁମକୁ ଏକ ଫୋନ କଲ ଆସୁଛି । ଯେଉଁଥିରେ ଜଣେ ମହିଳା, ସୁନସାନ୍ ରାସ୍ତାରେ ଏକୁଟିଆ ଥିବା କହି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଯାହା ପରେ ପୋଲିସ୍ କଣ୍ଟ୍ରୋଲ ରୁମ୍ ମହିଳାଜଣଙ୍କୁ ଆଶ୍ବାସନା ଦେଇ କହିଛି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ପୋଲିସ୍ ୧୦/୧୫ ମିନିଟରେ ଆପଣଙ୍କ ପାଖରେ ପହଞ୍ଚି ଯିବ । ତେବେ ଏହାପରେ ତୁରନ୍ତ ପୋଲିସର ଟିମ୍ ମଧ୍ୟ ମହିଳାଜଣଙ୍କ କହିବା ସ୍ଥାନରେ ପହଞ୍ଚି ଯାଇଥିଲା । ହେଲେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲା ପୂରା ଅବାକ୍ ହୋଇଯାଇଥିଲା ।

ତେବେ ଫୋନ୍ କରିଥିବା ମହିଳା ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି କମିଶନ ପୋଲିସର ଆସିଷ୍ଟାଣ୍ଟ ପୋଲିସ୍ କମିଶନର ସୁକନ୍ୟା ଶର୍ମା । ଯାହାଙ୍କୁ ଦେଖିବା ପରେ ପୂରା ଆଶ୍ଚର୍ଯ୍ୟ ହୋଇଯାଥିଲା ପୋଲିସ୍ ଟିମ୍ । ମାଡାମ୍ ଏମିତି କାହିଁକି କଲେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା ।

ତେବେ କହିରଖୁଛୁ, କମିଶନର ମାଡାମ୍ ପୋଲିସ୍ ବାବୁମାନଙ୍କର ପରୀକ୍ଷା ନେଉଥିଲେ । ବାସ୍ତବରେ ଆଗ୍ରା ପୋଲିସ୍ ଏଭଳି ମାମଲାରେ କେତେ ସହନଶୀଳ ସେନେଇ ଯାଞ୍ଚ କରୁଥିଲେ ।  ପୋଲିସ୍ ମହିଳା ସୁରକ୍ଷା ନେଇ କେତେ ତତ୍ପର ତାହା ଦେଖିବାକୁ ଚାହୁଁଥିଲେ ପୋଲିସ୍ କମିଶନର । ଯେଉଁଥିରେ ପୁରା ଉତ୍ତୀର୍ଣ୍ଣ ହୋଇଛନ୍ତି ପୋଲିସ୍ ।

ତେବେ ରାତି ପାଖାପାଖି ସାଢେ ୧୧ଟା ବେଳେ କମିଶନର ମାଡାମ୍ ଯେତେବେଳେ ପୋଲିସଙ୍କୁ ସାହାଯ୍ୟ ମାଗିଥିଲେ ପୋଲିସ୍ ତାଙ୍କୁ ୧୫ ମିନିଟ୍ ଭିତରେ ସାହାର୍ଯ୍ୟ ଯୋଗାଇ ଦେବ ବୋଲି କହିଥିଲା । ଆଉ ବାସ୍ତବରେ ସମୟ ଭିତରେ ହିଁ ଆସି ଆଗ୍ରା କୋର୍ଟ ରେଳ ଷ୍ଟେସନ ପାଖରେ ପହଞ୍ଚି ଯାଇଥିଲେ ପୋଲିସ୍ ଟିମ୍, ଯେଉଁଠି କମିଶନର ମାଡାମ ଛିଡା ହୋଇଥିଲେ ।

ଆହୁରି ମଧ୍ୟ ସେଠିକା ପୋଲିସ୍ ମହିଳା ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଗାଇଡ ଲାଇନ୍ ମଧ୍ୟ ଜାରି କରିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଯଦି ରାତି ୧୦ଟାରୁ ସକାଳ ୬ ପର୍ଯ୍ୟନ୍ତ କେହିବି ମହିଳା କେଉଁଆଡେ ଯିବା ପାଇଁ ଚାହୁଁଛନ୍ତି, ବସ୍ ଷ୍ଟାଣ୍ଡ କି ରେଲଓ୍ବେ ଷ୍ଟେସନ ଯିବା ପାଇଁ ଚାହୁଁଛନ୍ତି କି କୌଣସି ସ୍ଥାନରୁ ବେଶୀ ରାତିରେ ଘରକୁ ଫେରିବାକୁ ଚାହୁଁଛନ୍ତି, ତାହାଲେ ୧୧୨ ନମ୍ବରରେ ପୋଲିସ୍ କଣ୍ଟ୍ରୋଲ ରୁମକୁ ଫୋନ୍ କରନ୍ତୁ, ପୋଲିସ୍ ଆପଣଙ୍କୁ ସୁରକ୍ଷା ଦେବ ।

ଯାହା ପୂରା ଦେଶରେ ଲାଗୁ ହେବା ଦରକାର । ଏହି ଘଟଣାରୁ ସମସ୍ତ ରାଜ୍ୟର ପୋଲିସ୍ ପ୍ରଶାସନ ଶିକ୍ଷା ଗ୍ରହଣ କରିବା ଉଚିତ୍ ।

Leave A Reply

Your email address will not be published.