Latest Odisha News

କେରଳ ରାଜ୍ୟପାଳଙ୍କ ଶାଲରେ ଲାଗିଲା ନିଆଁ

ଥିରୁଅନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମଙ୍ଗଳବାର ଦିନ ଦୁର୍ଘଟଣାର ଶିକାର ହୋଇଛନ୍ତି।

ସୂଚନା ଅନୁଯାୟୀ, ଏକ କାର୍ଯ୍ୟକ୍ରମ ସମୟରେ ପ୍ରଦୀପ ପ୍ରଜ୍ବଳନ ବେଳେ ରାଜ୍ୟପାଳଙ୍କ ଶାଲରେ ନିଆଁ ଲାଗିଯାଇଥିଲା। ହେଲେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ତୁରନ୍ତ ନିଆଁ ଲିଭାଇ ଦିଆଯାଇଥିଲା।

ମଙ୍ଗଳବାର ପାଲକ୍କଡ ସ୍ଥିତ ସାବରୀ ଆଶ୍ରମର ଶତବାର୍ଷିକୀ ସମାରୋହରେ ରାଜ୍ୟପାଳ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ରାଜ୍ୟପାଳ ପ୍ରଦୀପ ପ୍ରଜ୍ବଳନ କରିବା ବେଳେ ତାଙ୍କ ଶାଲରେ ନିଆଁ ଲାଗିଯାଇଥିଲା। ତେବେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ତୁରନ୍ତ ନିଆଁ ଲିଭାଇଥିଲେ। ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି।

 

Leave A Reply

Your email address will not be published.