Latest Odisha News

ଜମି ଦୁର୍ନିତୀ ମାମଲାରେ ନୂଆ ଟ୍ବିଷ୍ଟ, ସିଦ୍ଧରମେୟାଙ୍କ ପତ୍ନୀ ଫେରାଇବେ ପ୍ଲଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମୈସୁର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ମାମଲାରେ ବିବାଦ ଘେରରେ ରହିଛନ୍ତି। ଏହାରି ମଧ୍ୟରେ ବିବାଦୀୟ ୧୪ ପ୍ଲଟକୁ ମୁଦାକୁ ଫେରାଇବା ପାଇଁ ପତ୍ନୀ ପାର୍ବତୀ ନିଷ୍ପତ୍ତି ନେଇଛନ୍ତି। ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଛି।

ଏନେଇ ସିଦ୍ଧରମୈୟା କହିଛନ୍ତି ଯେ ପତ୍ନୀ ତାଙ୍କ ବିରୁଦ୍ଧରେ ଚାଲିଥିବା ‘ଘୃଣାର ରାଜନୀତି’ର ଶିକାର ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। ସେ ନିଜେ ତାଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ପାର୍ବତୀ ମୋ ବିରୋଧରେ ଚାଲିଥିବା ଘୃଣା ରାଜନୀତିର ଶିକାର ଏବଂ ମାନସିକ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି। ମୁଁ ଦୁଃଖିତ ତଥାପି, ମୁଁ ମୋ ପତ୍ନୀଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଉଛି। ମୋ ପତ୍ନୀ ମୋର ଚାରି ଦଶନ୍ଧିର ରାଜନୀତି ଜୀବନରେ କଦାପି ହସ୍ତକ୍ଷେପ କରିନଥିଲେ ଏବଂ ତାଙ୍କ ପରିବାର ମଧ୍ୟରେ ସୀମିତ ରହିଥିଲେ।

ରାଜନୈତିକ ଘୃଣା ସୃଷ୍ଟି କରିବାକୁ ଯାଇ ବିରୋଧୀ ଦଳ ମୋ ବିରୋଧରେ ମିଥ୍ୟା ଅଭିଯୋଗ ସୃଷ୍ଟି କରି ମୋ ପରିବାରକୁ କିଭଳି ବିବାଦ ଭିତରକୁ ଟାଣି ନେଇଛନ୍ତି ତାହା ରାଜ୍ୟବାସୀ ଭଲଭାବେ ଜାଣନ୍ତି।

Leave A Reply

Your email address will not be published.