Latest Odisha News

ଅନଲାଇନ ପରୀକ୍ଷାକୁ ବିରୋଧ: ମନ୍ତ୍ରୀଙ୍କ ଘର ଆଗରେ ପରୀକ୍ଷାର୍ଥୀ, କଟକରେ ବିଶାଳ ରାଲି

ଭୁବନେଶ୍ବର: ବିଭିନ୍ନ ପରୀକ୍ଷାରେ ଅନିୟମିତତା ଏବେ ଯେମିତି ଟ୍ରେଣ୍ଡ କରୁଛି । ଆଉ ଏଥିରେ ଅତିଷ୍ଠ ହୋଇଗଲେଣି ପରୀକ୍ଷାର୍ଥୀ । ଗତ ସୋମବାର ଦିନ ଭୁବନେଶ୍ବରରେ ଯେପରି ଗ୍ରୁପ୍ ସି ଓ ଗ୍ରୁପ୍ ଡି ପରୀକ୍ଷାର୍ଥୀ ମାନେ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ତାହାକୁ ନେଇ ଏବେ ତେଜିଲେଣି ପରିକ୍ଷାର୍ଥୀ ।

ଆଜି ପରୀକ୍ଷାରେ ବିଭିନ୍ନ ବିଭ୍ରାଟ ଓ ପରୀକ୍ଷା ପାଇଁ ବଛାଯାଇଥିବା ସ୍ଥାନରେ ଅସନ୍ତୋଷ ପ୍ରକାଶ କରି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦେଖାକରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମନ୍ତ୍ରୀଙ୍କ ଘର ଆଗରେ ଅନେକ ସଂଖ୍ୟାରେ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ମନ୍ତ୍ରୀଙ୍କୁ ଭେଟି ସେମାନେ ପରୀକ୍ଷାରେ ବିଭିନ୍ନ ଅନିୟମିତତା ଓ ପରୀକ୍ଷାକୁ ଅଫଲାଇନରେ କରିବା ପାଇଁ ଦାବି କରିଥିଲେ । ଘଟଣା ସ୍ଥଳରେ ପୋଲିସ୍ ମଧ୍ୟ ମୁତୟନ ରହିଥିଲେ ।

ସେପଟେ କଟକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଅନଲାଇନ୍ ପରୀକ୍ଷାକୁ ବିରୋଧ କରି ବିଭିନ୍ନ ବର୍ଗର ପରିକ୍ଷାର୍ଥୀମାନେ ବିଶାଳ ରାଲି ପ୍ରଦର୍ଶନ କରିଛନ୍ତି । କଟକ ନେତାଜୀ ବସ୍ ଟର୍ମିନାଲରୁ ଜିଲ୍ଲାପାଳଙ୍କ ଅଫିସ୍ ଅଭିମୁଖେ ରାଲି ବାହାରିଥିବା ବେଳେ ଆର୍‌ଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଏବଂ ପରୀକ୍ଷା ବାତିଲ ଦାବିରେ ଶହ ଶହ ଚାକିରି ଆଶାୟୀ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.