Latest Odisha News

ସଚିବାଳୟର ତୃତୀୟ ମହଲାରୁ ଡେଇଁଲେ ଉପବାଚସ୍ପତି

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଶୁକ୍ରବାର ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ରାଜ୍ୟସଭାର ଉପ-ବାଚସ୍ପତି ନରହରୀ ଝିରୱାଲ ଶୁକ୍ରବାର ଦିନ ନିଜ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଇ ମନ୍ତ୍ରଣାଳୟର ତୃତୀୟ ମହଲାରୁ ଡେଇଁପଡିଥିଲେ। ତାଙ୍କ ସହ ଜଣେ ବିଜେପି ସାଂସଦ ଓ ଆଉ ଦୁଇ ଜଣ ବିଧାୟକ ମଧ୍ୟ ସଚିବାଳୟର ତୃତୀୟ ମହମଲାରୁ ତଳକୁ ଜମ୍ପ କରିଛନ୍ତି।

ସେ ଅଜିତ ପାୱାର ନେତୃତ୍ୱାଧୀନ ପାର୍ଟି ଏନସିପିର ଜଣେ ବିଧାୟକ। ବର୍ତ୍ତମାନ ସେ ମହାରାଷ୍ଟ୍ର ବିଧାନସଭାର ଉପ ବାଚସ୍ପତି ରହିଛନ୍ତି।

ଧାନଗର ଏସଟି କୋଟା ମାଧ୍ୟମରେ ସମ୍ପ୍ରଦାୟକୁ ସଂରକ୍ଷଣ ଦେବା ବିରୋଧରେ ସେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ ସେ ମନ୍ତ୍ରଣାଳୟର ତୃତୀୟ ମହଲାରୁ ଡେଇଁପଡିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

Leave A Reply

Your email address will not be published.