Latest Odisha News

ଭରତପୁର ଥାନା ଘଟଣା: ସତ୍ୟପାଠ ଦାଖଲ ନେଇ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା । ତଦନ୍ତ କମିଶନଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ୍‌‌ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ଗଠିତ କମିଟି ତଦନ୍ତ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡିତ ଥିବା ସମସ୍ତଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମେଜର ଓ ତାଙ୍କ ବାନ୍ଧବୀଙ୍କ ସମେତ ଭରତପୁର ଥାନାର ନିଲମ୍ବିତ ଥାନା ଅଧିକାରୀ ଏବଂ ନିଲମ୍ବିତ ଅନ୍ୟ ପୁଲିସ ଅଧିକାରୀଙ୍କ ସତ୍ୟପାଠ ଦାଖଲ ପାଇଁ ବିଜ୍ଞପ୍ତି ଜାରି ହୋଇଛି।

ଏହାସହିତ ଯେକୌଣସି ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ହୁଅନ୍ତୁକି ବୃଦ୍ଧିଜୀବୀମାନେ ସମସ୍ତେ ଏହି ଘଟଣାରେ ସତ୍ୟପାଠ ଦାଖଲ କରିପାରିବେ । ଆଜିଠୁ ୨୧ଦିନ ଧରି ଏହି ସତ୍ୟପାଠ ଦାଖଲ ପ୍ରକ୍ରିୟା ଜାରି ରହିବ । ବିବୃତ୍ତି ଓ ମତାମତ ଗ୍ରହଣ ପାଇଁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆୟୋଗଙ୍କ କାର୍ଯ୍ୟାଳୟ ଫୋନ୍ ନମ୍ୱରରେ ଯୋଗାଯୋଗ କରିହେବ ।

ସତ୍ୟପାଠ ଦ୍ୱାରା ବିବୃତ୍ତି ଓ ମତାମତ ଗ୍ରହଣ ପାଇଁ ଅଫିସ କାର୍ଯ୍ୟ ସକାଳ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । ସତ୍ୟପାଠ ଦାଖଲ ହୋଇ ସାରିବା ପରେ କମିଶନ ପକ୍ଷରୁ ନୋଟିସ୍‌‌ କରାଯାଇ ଅଧିକ ତଦନ୍ତ ଆରମ୍ଭ ହେବ ।

Leave A Reply

Your email address will not be published.