ଜୟପୁର: ଆସନ୍ତା ଅକ୍ଟୋବର ୭ ତାରିଖ ସଂଧ୍ୟାରୁ ୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ । ଏନେଇ ଜୟପୁର ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ନରେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ପୂର୍ବ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହି ଜିଲ୍ଲା ଗୁଡିକରେ ଟାୟର ୧ ବସ୍ ଚାଲିଥିଲା । ବସ୍ ମାଲିକ ସଂଘର ବିରୋଧ ପରେ ଟାୟର ୨ ବସ୍ ଚଳାଚଳ ବନ୍ଦ ରଖିଥିଲେ ସରକାର। ଏବେ ପୁଣି ଥରେ ଏସବୁ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି। ଏଥିପାଇଁ ରାଜ୍ୟ ବାହାରର ଏକ ଘରୋଇ ସଂସ୍ଥା ଆବେଦନ କରିଥିବାରୁ ଏହାକୁ ବିରୋଧ କରି ୨୪ ଘଣ୍ଟା ଘରୋଇ ବସ୍ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ସଂଘ। ସଂଘର ଦାବି ଅନୁସାରେ ସରକାର ଏମିତି କଲେ ଘରୋଇ ବସ୍ ମାଲିକଙ୍କର କ୍ଷତି ହେବ। ସରକାର ଏହି ବସ୍ ଚଳାଚଳ କରିବାକୁ ଚାହୁଁଥିଲେ, ଘରୋଇ ବସ୍ ମାଲିକଙ୍କୁ ଲକ୍ଷ୍ମୀ ବସ୍ ପରି ଟିକଟରେ ସବସିଡି ଦିଆଯାଉ ବୋଲି ସଂଘ ଦାବି କରିଛି । ସରକାର ଦାବି ପୂରଣ ନକଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ କହିଛି । ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଏପରି ବନ୍ଦ ଡାକରା ଯୋଗୁଁ ସାଧାରଣ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି ।
BREAKING NEWS
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
Comments are closed.