Latest Odisha News

୨୭ ବର୍ଷ ପରେ ଇରାନୀ କପ ଜିତିଲା ମୁମ୍ବାଇ

ମୁମ୍ବାଇ: ଦୀର୍ଘ ୨୭ ବର୍ଷ  ଅଜିଙ୍କ୍ୟ ରାହାନେ ନେତୃତ୍ୱାଧୀନ ମୁମ୍ବାଇ ଇରାନୀ କପ ଜିତିବାରେ ସଫଳ ହୋଇଛି । ୧୯୯୭ ଦଳ ଶେଷ ଥର ପାଇଁ ଇରାନୀ କପ ଜିତିଥିଲା । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଅବଶିଷ୍ଟ ଭାରତ ଏକାଦଶକୁ ପଛରେ ପକାଇ ମୁମ୍ବାଇ ଟାଇଟଲ ହାସଲ କରିଛି । ୧୯୯୭ ପରେ ମୁମ୍ବାଇ ୮ଥର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ କପ ଜିତିପାରି ନ ଥିଲେ । ଦଳ ଏବେ ଓଭରାଲ ୧୫ ଥର ଇରାନୀ କପ ଜିତିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୫୩୭ ରନ ସଂଗ୍ରହ କରିଥିଲା । ସର୍ଫରାଜ ଖାଁ ୨୨୨,ରାହାନେ ୯୭ ଓ ଶ୍ରେୟାଶ ଆୟାର ୫୭ ରନର ଇନିଂସ ଖେଳିଥିଲେ । ମୁକେଶ କୁମାର ୫ଟି ୱିକେଟ ନେଇଥିଲେ । ଏହାର ଜବାବରେ ଅବଶିଷ୍ଟ ଭାରତ ଏକାଦଶ ୪୧୬ ରନ କରିଥିଲା । ଅଭିମନ୍ୟୁ ଈଶ୍ୱରନ ୧୯୧ ରନ କରିଥିଲେ ।

ମୁମ୍ବାଇ ଦ୍ୱିତୀୟ ଇନିଂସରେ ୮ ୱିକେଟ ବିନିମୟରେ ୩୨୯ ରନ କରି ଇନିଂସ ଘୋଷଣା କରିଥିଲା । ତନୁଷ କୋଟିଆନ ୧୧୪ ରନ କରି ଅପରାଜିତ ରହିଥିଲେ । ସାରାଂଶ ଜୈନ ୬ଟି ୱିକେଟ ନେଇଥିଲେ । ଅନ୍ତିମ ଦିବସର ଶେଷ ସେଶନରେ ୪୫୧ ରନର ଲକ୍ଷ୍ୟ ହାସଲ କରିବା ଅସମ୍ଭବ ରହିଥିଲା । ଅବଶିଷ୍ଟ ଭାରତ ଏକାଦଶ ଅଧିନାୟକ ରିତୁରାଜ ଗାଏକ୍ୱାଡ ମ୍ୟାଚକୁ ଡ୍ର ଭାବେ ଘୋଷଣା କରିବା ପାଇଁ ଅନୁରୋଧ କରିଥିଲେ ଯାହାକୁ ରାହାନେ ଗ୍ରହଣ କରି ନେଇଥିଲେ ।

Leave A Reply

Your email address will not be published.