Latest Odisha News

ବାଂଲାଦେଶ ବିପକ୍ଷ ଟି୨୦ ସିରିଜରୁ ଓହରିଲେ ଟିମ ଇଣ୍ଡିଆର ଉଦୀୟମାନ ଅଲରାଉଣ୍ଡର

ମୁମ୍ବାଇ: ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ଉଦୀୟମାନ ଅଲରାଉଣ୍ଡର ଶିବମ ଦୁବେ ଆଘାତ ସମସ୍ୟା ଯୋଗୁ ଏହି ନିଷ୍ପତି ନେଇଛନ୍ତି । ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ସୂଚନା ପ୍ରଦାନ କରାଯାଇଛି । ଦୁବେଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ଦଳରେ ସାମିଲ କରାଯାଇଛି । ରବିବାର ଗ୍ୱାଲିୟରରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ ପୂର୍ବରୁ ସେ ଦଳ ସହିତ ଯୋଗ ଦେବେ । ଦୁବେ ଭାରତ ପକ୍ଷରୁ ୩୩ ଟି୨୦ ମ୍ୟାଚ ଖେଳି ୪୪୮ ରନ କରିବା ସହ ୧୧ ୱିକେଟ ନେଇଛନ୍ତି ।

ବାଂଲାଦେଶ ବିପକ୍ଷ ସିରିଜ ଅବସରରେ ସେ ତାଙ୍କ ପିଠିରେ ଯନ୍ତ୍ରଣା ଅନୂଭବ କରିଥିଲେ । ଏହା କମିବାର ନାମ ନ ଧରିବାରୁ ସେ ବାଧ୍ୟ ହୋଇ ଓହରି ଯାଇଥିଲେ । ଅପରପକ୍ଷରେ ତିଳକ ଭାରତ ପକ୍ଷରୁ ୧୬ଟି ଟି୨୦ ମ୍ୟାଚ ଖେଳିଛନ୍ତି । ସେ ୩୩୬ ରନ କରିବା ସହ ୨ଟି ୱିକେଟ ନେଇଛନ୍ତି ।
ଟିମ ଇଣ୍ଡିଆ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ବରୁଣ ଚକ୍ରବର୍ତି, ଜିତେଶ ଶର୍ମା, ଅର୍ଶଦୀପ ସିଂ, ହର୍ଷିତ ରାଣା, ମୟଙ୍କ ଯାଦବ ଓ ତିଳକ ବର୍ମା ।

Leave A Reply

Your email address will not be published.