Latest Odisha News

୧୬ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୋହନ ସରକାର । ନିବନିଯୁକ୍ତି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମାର୍ଗଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ପିଲାଙ୍କ ଭବିଷ୍ୟତ ଗଢ଼ିବା ଦିଗରେ ସହାୟକ ହେବ । କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆଜି ନିଯୁକ୍ତି ପାଇଥିବା ୧୬ହଜାର ୯ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୨୪, ବାଲେଶ୍ବର ଜିଲ୍ଲାରେ ୬୦୦, ବରଗଡ଼ ଜିଲ୍ଲାରେ ୪୭୯, ଭଦ୍ରକ ଜିଲ୍ଲାରେ ୨୬୦, ବଲାଙ୍ଗିର ଜିଲ୍ଲାରେ ୧୦୮୦, ବୌଦ୍ଧ ଜିଲ୍ଲାରେ ୬୫, କଟକ ଜିଲ୍ଲାରେ ୮୯୩, ଦେବଗଡ଼ ଜିଲ୍ଲାରେ ୨୧, ଢ଼େଙ୍କାନାଳ ଜିଲ୍ଲାରେ ୫୮୩, ଗଜପତି ଜିଲ୍ଲାରେ ୧୩, ଗଞ୍ଜାମ ଜିଲ୍ଲାରେ ୧୨୬୪, ଜଗତସିଂହପୁର ଜିଲ୍ଲାରେ ୮୮, ଯାଜପୁର ଜିଲ୍ଲାରେ ୮୭୨, ଝାରସୁଗୁଡ଼ା ଜିଲ୍ଲାରେ ୩୮, କଳାହାଣ୍ଡି ଜିଲ୍ଲାରେ ୮୧୧, କନ୍ଧମାଳ ଜିଲ୍ଲାରେ ୧୫୧, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦୩୮, କେନ୍ଦୁଝର ଜିଲ୍ଲାରେ ୧୩୨୯, ଖୋର୍ଦ୍ଧା ଜିଲ୍ଲାରେ ୭୫୩, କୋରାପୁଟ ଜିଲ୍ଲାରେ ୯୨୨, ମାଲକାନଗିରି ଜିଲ୍ଲାରେ ୫୫୫, ମୟୁରଭଞ୍ଜ ଜିଲ୍ଲାରେ ୮୨୭, ନବରଙ୍ଗପୁର ଜିଲ୍ଲାରେ ୮୬୦, ନୟାଗଡ଼ ଜିଲ୍ଲାରେ ୮୩, ନୂଆପଡ଼ା ଜିଲ୍ଲାରେ ୨୨୧, ପୁରୀ ଜିଲ୍ଲାରେ ୭୩୩, ରାୟଗଡ଼ା ଜିଲ୍ଲାରେ ୫୧୧, ସମ୍ବଲପୁର ଜିଲ୍ଳାରେ ୨୧୮, ସୁବର୍ଣ୍ଣପୁର ଜିଲ୍ଲା ୧୫୭, ସୁନ୍ଦରଗଡ଼ ଜିଲ୍ଲାରେ ୧୬୦ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ’ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ।  ସେ ଆହୁରି କହିଥିଲେ, ଶିକ୍ଷକମାନେ ଶିକ୍ଷାଦାନକୁ ଆନନ୍ଦମୟ କରନ୍ତୁ। ବିଦ୍ୟାଦାନରେ ଜ୍ଞାନ କୌଶଳ ବ୍ୟବହାର କରନ୍ତୁ। ବାଜି ରାଉତ ସୃଷ୍ଟି କରିବାରେ ସଂକଳ୍ପ ନିଅନ୍ତୁ।

Leave A Reply

Your email address will not be published.