Latest Odisha News

କେବେ ପ୍ରଥମେ ପୋଷାକ ପିନ୍ଧିଲା ମଣିଷ…ଆଉ କାହିଁକି?

ଭୁବନେଶ୍ବର: ଇତିହାସ କହୁଛି ଆମ ପୂର୍ବପୁରୁଷ ଆଦିମ ମାନବ । ସେମାନେ ପାଖରେ ନା ଘର ଥିଲା ନା ପିନ୍ଧିବାକୁ ବସ୍ତ୍ର । କିନ୍ତୁ ତାଙ୍କ ପାଖରେ ଜ୍ଞାନ କୌଶଳ ଥିଲା । ସମୟ ସହିତ ଖାପ ଖୁଆଇ ଚଳିବାର କୌଶଳ ତାଙ୍କୁ ମାଲୁମ ଥିଲା । ପରିବର୍ତ୍ତିତ ପ୍ରକୃତି ସହିତ ସେ ବିଭିନ୍ନ ଜିନିଷ ନିଜେ କରି ଶିଖିଲା । କ’ଣ କଲେ ସେଥିରୁ କ’ଣ ନୂଆ ବାହାରିପାରୁଛି, ତାହା ଦେଖି ସେମାନେ ଶିଖିପାରୁଥିଲେ । ସେଥିପାଇଁ ଆଜି ଆମେ ଉନ୍ନର ଓ ଆଧିନିକତାର ଶୀର୍ଷ ଛୁଇଁବାରେ ସଫଳ ହେଇଛେ ।

ତେବେ ଏହାକୁ ନେଇ ପ୍ରତ୍ନତାତ୍ତ୍ବିକବିତମାନେ ବିଭିନ୍ନ ଅବଶେଷରୁ ଆକଳନ କରନ୍ତି ଯେ ପୃଥିବୀ ପୃଷ୍ଠରେ ମନୁଷ୍ୟ ଉତ୍ପତ୍ତିର ପ୍ରାୟ ଲକ୍ଷ ବର୍ଷଠୁ ଉର୍ଦ୍ଧ୍ବ ହେଲାଣି । ତେବେ ସେହି ଲକ୍ଷେ ବର୍ଷ ପୂର୍ବେ ଆମେ ଖାଉଥିଲୁ କ’ଣ? କେମିତି ରହୁଥିଲୁ? ସବୁଠୁ ବଡ କଥା ପିନ୍ଧୁଥିଲୁ କ’ଣ? ଆଉ ପିନ୍ଧିବା କେମିତି ଆରମ୍ଭ କଲୁ ? ଆଉ ଜନ୍ମ ବେଳେ ତ କେଇ ପୋଷାକ ବିନ୍ଧିକି ଆସନ୍ତିନି ନା? ତାହାଲେ କେବେ ମଣିଷ ବସ୍ତ୍ର ପିନ୍ଧିବା ଆରମ୍ଭ କଲା ? କେବେ ମନୁଷ୍ୟ ବିଚାର କଲା କି ଲଜ୍ଜା ବୋଲି କିଛି ଅଛି? ଯାହାକୁ ନେଇ ଆମେ ଆମ ଶରୀରକୁ ଆଚ୍ଛାଦିତ କରିବା ଉଚିତ୍ । ଆଉ ଏବେ ଏହି ଭଳିକି ଭଳି ପୋଷାକ ପିନ୍ଧିଲୁ?

ତେବେ ୧୯୫୦ ଦଶକରେ ବୈଜ୍ଞାନିକମାନଙ୍କୁ ଏକ ଶବ ମିଳିଥିଲା । ଯାହାକି ୨୬୦୦ ବର୍ଷ ପୁରୁଣା । ଯାହାର ନାଁ ଦିଆଗଲା ‘ଦ ଟୋଲେଣ୍ଡ ମେନ୍’ । ତେବେ ପୂର୍ବରୁ ମଧ୍ୟ ଅନେକ ମୃତ ଶରୀର ବୈଜ୍ଞାନିକମାନେ ଖନନ ବେଳେ ପାଇଥିବା ବେଳେ  କିନ୍ତୁ ସେଗୁଡିକର ଖାଲି କଙ୍କାଳ ହିଁ ମିଳିଥାଏ । କିନ୍ତୁ ଦ ଟୋଲେଣ୍ଡ ମେନ୍ ଉପରେ ଅଧ୍ୟୟନରୁ ଜଣାପଡିଥିଲା ଯେ, ଏହା ଶରୀର ପୂରା ନଷ୍ଟ ନହୋଇ କିଛଇ ମାତ୍ରାରେ ଏବେ ବି ଅଛି । ଏମିତିକି ତା ଶରୀରର କିଛି ଅଂଶ ଯେମିତିକି ପେଟ, ମୁଣ୍ଡ, ଜଙ୍ଘ ଭଳି ଅଂଶ ସେତେବେଳେ ବି ନଷ୍ଟ ହୋଇନଥିଲା । ଯାହାକୁ ପରୀକ୍ଷା ପରେ ଜଣାପଡିଲା କି ଟୋଲେଣ୍ଡ ମେନ୍ ୨୬୦୦ ବର୍ଷ ପୂର୍ବେ ଶସ୍ୟ ଓ ଘାସର ମିଶ୍ରଣରେ କିଛି ଦଲିଆ ଭଳି ପଦାର୍ଥ ଖାଉଥିଲେ । ଯାହା ତାଙ୍କ ଶରୀରରେ ତିଆରି କରୁଥିବା ଚର୍ବି ଶୀଘ୍ର ନଷ୍ଟ ହେଉନଥିଲା କି ମାଟିରେ ମିଶୁନଥିଲା ।

ସେହିପରି ପୁରୁଣା ଲୋକ କ’ଣ ପିନ୍ଧୁ ଥିଲେ ତାହାର ବି କିଛି ଠୋସ୍ ପ୍ରମାଣ ନାହିଁ । କିଛି କିଛି ଅବଶେଷରୁ ବୃକ୍ଷର କିଛି ଅଂଶ ମିଳିବା, ପଶୁଙ୍କର ଛାଲ ମିଳିବା, ଏମିତି ଅନେକରୁ ସେମାନେ ତାହା ପରିଧାନ କରୁଥିବା ଅନୁମାନ କରାଯାଏ । ଆଉ ଆମେ ବେଦ ପୁରାଣ ଇତିହାସରେ ମଧ୍ୟ ତାହାର ନିଦର୍ଶନ ଦେଖିଛେ । ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ୫ ହଜାର ବର୍ଷ ପୁରୁଣା ୧୯୯୦ ଦଶକରୁ ମିଳିଥିବା ‘ଓତଜି’ ନାମକ ମମିରୁ ଏହା ଜଣାପଡିଥିଲା ଯେ, ସେତେବେଳର ଲୋକ ଚମଡାର ବେଲ୍ଟ, ଚମଡାର ଜୋତା, ଟୋପି ଆଦି ପିନ୍ଧୁଥିଲେ । ଏହା ଜଣା ପଡିଥିଲେ ମଧ୍ୟ କେବେ ଓ କେଉଁ ବସ୍ତ୍ର ମନୁଷ୍ୟ ପ୍ରଥମେ ପିନ୍ଧିଥିଲା ତାହା ଏବେ ବି ପ୍ରଶ୍ନବାଚୀ ।

ତେବେ ମନୁଷ୍ୟ କପଡା ପିନ୍ଧବା ଆରମ୍ଭ କେବେ କରିଥିଲା? ତାହାର ଉତ୍ତରରେ ବୈଜ୍ଞାନିକ କୁହନ୍ତି, ପାଖାପାଖି ୪୦ ହଜାର ବର୍ଷ ପୂର୍ବେ ଏହାର ପ୍ରମାଣ ମିଳେ । ତେଣୁ ବୈଜ୍ଞାନିକ ମାନେ ଅନୁମାନ କରନ୍ତି କି ସିଲେଇ ଭଳି ଜଟିଳ ପ୍ରକ୍ରିୟା ପ୍ରାୟତଃ ଏହି ସମୟରେ ଆରମ୍ଭ ହୋଇଥିବ ।

ଏଥିସହିତ ବୈଜ୍ଞାନିକ ଏହା ବି ଦର୍ଶାଇଛନ୍ତି ଯେ, ଆମର ପୂର୍ବପୁରୁଷ ଆଦି ମାନବ(ଗରିଲା, ସିମ୍ପାଞ୍ଜୀ) ଭଳି ପ୍ରଜାତିଙ୍କ ଶରୀରରେ ଅଧିକ ଲୋମ ରହୁଥିଲା ଯାହା ତାଙ୍କ ଶରୀରକୁ ଆଚ୍ଛାଦିତ କରି ରଖୁଥିଲା । ଶୀତ ଖରା ଟାରୁ ମଧ୍ୟ ରକ୍ଷା କରୁଥିଲା । ହେଲେ ପାରିପାର୍ଶ୍ବିକ ପରିବର୍ତ୍ତନ ସହ, ମନୁଷ୍ୟ ସୃଷ୍ଟି ହେବା ପରେ ଏହା ଶରୀରରୁ ଲୋମର ପରିମାଣ ମଧ୍ୟ ହ୍ରାସ ପାଇଲା । ଯାହା ଦ୍ବାରା ତା ଶରୀରକୁ ଘୋଡାଇବା ପାଇଁ ସେ କିଛି ସାମଗ୍ରୀ ବ୍ୟବହାର କରିଥିଲା । ଯାହା ପରେ ବସ୍ତ୍ର ଆକାରରେ ମଧ୍ୟ ପରିବର୍ତ୍ତିତ ହେଲା ।

Leave A Reply

Your email address will not be published.