Latest Odisha News

ରାସ୍ତା କଡରେ ବଡା ପାଓ ବିକି ରୋଜଗାର କରୁଛନ୍ତି ବାର୍ଷିକ ୨୪ ଲକ୍ଷ ଟଙ୍କା, ଭାଇରଲ ହେଉଛି ଭିଡିଓ

ମୁମ୍ବାଇ: ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଆଜି କଲି ଅନେକ ଲୋକ ବିଭିନ୍ନ ଉପାୟ ଆପଣାଉଛନ୍ତି l ଚାକିରିରୁ ମୁଂହ ଫେରାଇ ଏବେ ବ୍ୟବସାୟ ପ୍ରତି ମନ ବଳାଉଛନ୍ତି ଆଜିକାଲିର ଯୁବପିଢ଼ି l କିଛି କ୍ଷେତ୍ରରେ ବେରୋଜଗାରୀ ବି ଏହାର କାରଣ ପାଲଟିଛି l ଯୁବପିଢ଼ି ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ବାଧ୍ୟ ହୋଇ ଭିନ୍ନ ପ୍ରକାରର ବ୍ୟବସାୟ କରୁଛନ୍ତି l ଆଉ ସେ ବ୍ୟବସାୟରେ ଛୋଟରୁ ଆରମ୍ଭ କରି ବଡ ବ୍ୟବସାୟ କରିବାର ସ୍ୱପ୍ନରେ ପରିଣତ ହେଉଛି l କିଛି କ୍ଷେତ୍ରରେ ବର୍ଷକୁ ଏକ ଲକ୍ଷ ଟଙ୍କା ରୋଜଗାର କରିବାକୁ ସ୍ବପ୍ନ ଦେଖୁଛନ୍ତି ବ୍ୟକ୍ତି l ସେପଟେ ଜାଣି ଆଶ୍ଚର୍ଯ୍ୟ ହେବେ ମୁମ୍ବାଇର ଜଣେ ବ୍ୟକ୍ତି ରାସ୍ତା କଡ଼ରେ ଏକ ବଡା ପାଓ ଷ୍ଟଲ ଲଗାଇ ବର୍ଷକୁ 24 ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କର ଏହି ରୋଜଗାର ପଚାର କଥା ଜାଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ l

ନିକଟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି l ଏଯାବତ ଏହି ଭିଡିଓକୁ ପାଖାପାଖି 1 କୋଟିରୁ ଅଧିକ ଲୋକେ ଦେଖିସାରିଲେଣି l ଭିଡିଓରେ ଦେଖିବା ପରେ ଜାଣିବାକୁ ମିଳିଛି ଯେ ରାସ୍ତାକଡ଼ରେ ଜଣେ ବଡା ପାଓ ବିକ୍ରି କରୁଥିବା ବ୍ୟକ୍ତିଙ୍କର ବାର୍ଷିକ ଆୟ 24 ଲକ୍ଷ ଟଙ୍କା ଅଟେ। ମାସିକ ସେ ବ୍ୟକ୍ତି ଜଣଙ୍କ ପ୍ରାୟ 2.8 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି l ସେଥିରୁ ସେ ମାସକୁ ପ୍ରାୟ 80 ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରାୟ 2 ଲକ୍ଷ ଟଙ୍କା ସଞ୍ଚୟ କରନ୍ତି l ତାଙ୍କ ରୋଜଗାର ପଚାର କାହାଣୀ ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି l

କହିରଖୁଛୁ ଯେ, ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ ବଡା ପାଓର ଏକ ନିଜସ୍ୱ କ୍ରେଜ ଅଛି l ଲୋକମାନେ ବଡ ବଡ ତାରକା ହୋଟେଲ ଅପେକ୍ଷା ଷ୍ଟ୍ରିଟ୍ ଫୁଡକୁ ବହୁତ ପସନ୍ଦ କରୁଛନ୍ତି l ଦିନକୁ ପାଖାପାଖି 700/800 ବଡା ପାଓ ବିକ୍ରି କରୁଛନ୍ତି ଉକ୍ତ ଦୋକାନୀ l ଗୋଟିଏ ବଡା ପାଓର ଦର 15 ଟଙ୍କା l ଏହିପରି ତାଙ୍କର ଦୈନିକ ଆୟ ପ୍ରାୟ 9300 ଟଙ୍କା ବୋଲି କହିଛନ୍ତି ଉକ୍ତ ଦୋକାନୀ ଜଣଙ୍କ l ତେବେ ଯଦି ବାର୍ଷିକ ଆୟକୁ କଳନା କରାଯାଏ ତେବେ ତେବେ ସେ ବର୍ଷକୁ 24 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି l

ତେବେ ଭିଡିଓକୁ ଦେଖି ଅନେକ ଲୋକ ନିଜ ନିଜର ମତ ଦେବା ସହ ଏଯାବତ ପାଖାପାଖି ଏକ କୋଟିରୁ ଉର୍ଦ୍ଧ ଲୋକ ଦେଖିସାରିଲେଣି l

Leave A Reply

Your email address will not be published.