Latest Odisha News

ଭାରତୀୟ ପ୍ରାସାଦ ମାନଙ୍କରେ ଦେଖିବାକୁ ମିଳେ ବ୍ରିଟିଶ କଳାକାରଙ୍କ କଳାକୃତି, ଜାଣନ୍ତୁ…

ନୂଆଦିଲ୍ଲୀ: ପୁରାତନ ମହଲ ହେଉ ଅବା ରାଜପ୍ରାସାଦ l ସେଠାରେ ଏପରି କିଛି ଜିନିଷ ଦେଖିବାକୁ ମିଳିଥାଏ ଯାହା ଆମକୁ ସେବିଷୟରେ ଅଧିବ ଜାଣିବାକୁ ବା ଭାବିବାକୁ ବାଧ୍ୟ କରିଦେଇଥାଏ l ଭାରତର ଅନେକ ପୁରାତନ ମହଲ ବା ରାଜପ୍ରାସାଦରେ ଆମେ ମାନେ ଅନେକ ଚିତ୍ର ଦେଖିଥିବା ନିଶ୍ଚୟ l ଆଜି ବି ଅନେକ ସ୍ଥାନରେ ଏହି ଚିତ୍ର ଗୁଡିକ ଦେଖିବାକୁ ମିଳେ l ସେଥିରୁ କିଛି ଚିତ୍ର ନଷ୍ଟ ହୋଇଯାଇଥିବା ବେଳେ କିଛି ଆଜି ବି ଭଲ ଅବସ୍ଥାରେ ରହିଛି l ତେବେ ବେଳେ ବେଳେ ଏସବୁ ଦେଖି ଆମ ମନକୁ ଚିତ୍ର ଟି ବନେଇ ଥିବା ଲୋକଟିର ଭାବନା ଆସିଥାଏ l ତାକୁ ଦେଖି ଆମେ ଭାବୁ ଯେ ନିଛାୟା ଏହା କୌଣସି ଭାରତୀୟ ଚିତ୍ରଶିଳ୍ପୀର କାରୁକାର୍ଯ୍ୟ ହୋଇଥିବା l କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ଏହା କୌଣସି ଭାରତୀୟ ଚିତ୍ରଶିଳ୍ପୀ ନୁହେଁ ବରଂ ବ୍ରିଟିଶ ଚିତ୍ରଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ତେବେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ l ତେବେ ଅସନ୍ଟୁ ଜାଣିବା ସେ ବିଷୟରେ …

ବାସ୍ତବରେ ଏହି ଚିତ୍ରଗୁଡ଼ିକ ଗୁଡିକୁ ପୋଲାଣ୍ଡର କଳାକାର ଷ୍ଟିଫେନ୍ ନରବଲିନ୍ ଏବଂ ତାଙ୍କ ପତ୍ନୀ ବନାଇଛନ୍ତି l ଏକ ରିପୋର୍ଟ ଅନୁସାରେ, ଯେତେବେଳେ 1939 ମସିହାରେ ଜର୍ମନ ଟ୍ୟାଙ୍କ ଏବଂ ତାଙ୍କ ସେନା ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲେ, ସେତେବେଳେ ଷ୍ଟିଫେନ୍ ନରବଲିନ୍ ଏବଂ ତାଙ୍କ ପତ୍ନୀଙ୍କୁ ଘର ବିକ୍ରୟ କରିବା ସହ ଅଳଙ୍କାର ବନ୍ଧକ ରଖି ଦେଶ ଛାଡିବାକୁ ପଡିଲା । ସେଠାରୁ ସେମାନେ ଆମେରିକା ଯିବାକୁ ଚାହୁଁଥିଲେ l ତେଣୁ ସେମାନେ ରୋମାନିଆ, ତୁର୍କୀ ଏବଂ ଇରାକ ଭଳି ସ୍ଥାନରେ ପହଞ୍ଚିଥିଲେ l ପରେ ଏହି ଦମ୍ପତି ଭାରତ ଆସି ଏଠାରେ 6ବର୍ଷ ରହିଲେ l ସେତେବେଳେ ଭାରତରେ ରାଜାମାନଙ୍କର ଶାସନ ଚାଲୁଥିଲା l ସେତେବେଳେ ଭାରତରେ ସେମାନେ ରାଜାମାନଙ୍କ ସଂସ୍ପର୍ଶରେ ଆସିଲେ l ଯାହାର ଫଳ ସ୍ୱରୂପ ଭାରତ ଅନେକ ଉତ୍କୃଷ୍ଟ କଳାକୃତି ମନ ଦେଖିବାକୁ ମିଳିଲା l

ଷ୍ଟିଫେନଙ୍କୁ 1941 ରୁ 1946 ମଧ୍ୟରେ ଅନେକ ଭାରତୀୟ ରାଜାଙ୍କ ପ୍ରାସାଦକୁ କଳାକୃତୀରେ ସଜାଇବା କାର୍ଯ୍ୟ ଦିଆଯାଇଥିଲା l ଏହି ସମୟରେ ଷ୍ଟିଫେନ୍ ନର୍ବଲିନ୍ ଅନେକ ହିନ୍ଦୁ ଦେବତା ଏବଂ ଦେବୀଙ୍କ ଚିତ୍ର, ମହାଭାରତ, ରାମାୟଣ, ବନ୍ୟଜନ୍ତୁ, ପଶୁପକ୍ଷୀ ଆଦି ମାନଙ୍କର ଚିତ୍ର କରିଥିଲେ l ତେବେ କହିରଖୁଛୁ ଯେ, ସେହି ସମୟରେ ନର୍ବଲିନଙ୍କ ଦ୍ୱାରା ପ୍ରସ୍ତୁତ ଅନେକ ଚିତ୍ର ଆଜିବି ରାଜସ୍ଥାନର ଉମ୍ମେଦ ଭବନରେ ଦେଖିବାକୁ ମିଳେ l ଏହି କୋଠାଟି ଭାରତରେ ବ୍ରିଟିଶ ଶାସନ ସମୟରେ ଯୋଧପୁରର ରାଜକୁମାର ତଥା ଶାସକଙ୍କ ଘର ଥିଲା । ବର୍ତ୍ତମାନ ଏହି ଭବନର ବ୍ୟବହାର ଏକ ବିଳାସପୂର୍ଣ୍ଣ ହୋଟେଲ ଭାବରେ ବ୍ୟବହୃତ ହେଉଛି l ଏହା ବ୍ୟତୀତ ଗୁଜୁରାଟର ମୋର୍ବି ରାଜାମାନଙ୍କ ପ୍ରାସାଦରେ ମଧ୍ୟ ଷ୍ଟିଫେନ୍ ନର୍ବଲିନଙ୍କ ଚିତ୍ର ଦେଖିବାକୁ ମିଳେ l

Leave A Reply

Your email address will not be published.