Latest Odisha News

BREAKING NEWS

ସହଦେବଙ୍କ ସିଏଜିକୁ ରିପୋର୍ଟକୁ ଖଣ୍ଡନ କଲେ ଆଇଓଏ ଅଧ୍ୟକ୍ଷ ପିଟି ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ପିଟି ଉଷା ମଙ୍ଗଳବାର କୋଷାଧ୍ୟକ୍ଷ ସହଦେବ ଯାଦବଙ୍କ ସିଏଜି ରିପୋର୍ଟକୁ ଭିତିହୀନ ବୋଲି କହିଛନ୍ତି । ସିଏଜି ରିପୋର୍ଟରେ ଉଲ୍ଲେଖ ରହିଥିଲା ଯେ, ରିଲାଏନ୍ସ ସହ ସ୍ପନଶରଶିପ ଚୁକ୍ତି ନେଇ ଆଇଓଏକୁ ୨୪ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଉଷା ସ୍ପଷ୍ଟ କରିଛନ୍ତି ଯେ, ଆଇଓଏର କୌଣସି ଆର୍ଥୀକ କ୍ଷତି ହୋଇ ନାହିଁ । ମୋ ସମ୍ମାନ ଏବଂ ପ୍ରତିଷ୍ଠାକୁ ତଳେ ପକାଇବା ପାଇଁ ଏହା ସୁଚିନ୍ତିତ ଯୋଜନା ଥିଲା । ଯେଉଁମାନେ ଏ ଭଳି ମିଥ୍ୟା ଖବର ପ୍ରସାରିତ କରି ଭ୍ରମିତ କରିଛନ୍ତି ସେମାନଙ୍କ ବିରୋଧରେ ଆଇନର ଆଶ୍ରୟ ନେବି ବୋଲି ଉଷା କହିଛନ୍ତି ।

ସିଏଜି ରିପୋର୍ଟରେ ଉଲ୍ଲେଖ ରହିଥିଲା ଯେ, ୨୦୨୨ରେ ୬ଟି ଇଭେଂଟ ପାଇଁ ରିଲାଏନ୍ସ ସହ ୩୫ କୋଟି ଟଙ୍କାର ଚୁକ୍ତି ହୋଇଥିଲା । ଏହା ପରେ ଆଉ ୪ଟି ଇଭେଂଟ ଏହି ଚୁକ୍ତିରେ ଯୋଡା ଯାଇଥିଲେ ମଧ୍ୟ ଆଇଓଏକୁ ଏ ବାବଦକୁ କୌଣସି ଅର୍ଥ ମିଳି ନ ଥିଲା । ସିଏଜି ଅନୁସାରେ ଏଥିଯୋଗୁ ୨୪ କୋଟି ଟଙ୍କା କ୍ଷତି ଆଇଓଏକୁ ସହିବାକୁ ପଡିଛି । ଉଷା ଏହାର ଜବାବରେ କହିଛନ୍ତି ରିଲାଏନ୍ସ ସହ ଚୁକ୍ତି ବେଳେ ଆବଶ୍ୟକ ପ୍ରକ୍ରିୟାର ପାଳନ କରାଯାଇଥିଲା । ଏହାର ଏଗ୍ରିମେଂଟ ବେଙ୍ଗାଲୁର ଏନକେ ଲ ର ନନ୍ଦନ କାମଥଙ୍କ ଅନୁଧ୍ୟାନରେ ପ୍ରସ୍ତୁତ କରାଯାଇଥିଲା । ସିଇଓକୁ ଏ ସମ୍ପର୍କରେ ଅବଗତ ମଧ୍ୟ କରାଯାଇଥିଲା ବୋଲି ଉଷା କହିଛନ୍ତି ।

Leave A Reply

Your email address will not be published.