Latest Odisha News

ଦୁର୍ଗା ପୂଜା ପାଇଁ ଇକୋ-ଫ୍ରେଣ୍ଡଲି ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ କିପରି ଶାରଦୀୟ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ଓ ଏହା ସହ କିପରି ପରିବେଶ ଅନୁକୂଳ ରହିବ ସେନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏନେଇ ବୁଧବାର ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପ୍ରଦୂଷଣ ମୁକ୍ତ, ମୂର୍ତ୍ତି ପାଇଁ ପ୍ଲାଷ୍ଟିକ ବଦଳରେ ବାୟୋଡିଗ୍ରେଡେବଲ୍ ସାମଗ୍ରୀ ଏବଂ ପ୍ରତିମା ପାଇଁ ପ୍ରାକୃତିକ ରଙ୍ଗ ବ୍ୟବହାର କରିବାକୁ ବିଏମସି ଲକ୍ଷ୍ୟ ରଖିଛି । ସେହିପରି ପୂଜା ପେଣ୍ଡାଲ ନିକଟରେ ପର୍ଯ୍ୟାପ୍ତ ପରିମାଣର ଡଷ୍ଟବିନ ଯୋଗାଇଦେବା ଏବଂ ନିର୍ଦ୍ଧିଷ୍ଟ ସ୍ଥାନରେ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରିବାକୁ ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବିଏମସି ଦ୍ୱାରା ସ୍ୱତନ୍ତ୍ର ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ।

ପୂଜା ସମୟରେ କୌଣସି ପ୍ରକାର ସର୍ଟ ସର୍କିଟ ହେଉ କିମ୍ବା କୌଣସି କାରଣରୁ ଅଗ୍ନି ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଶ୍ଚିତ କରିବାକୁ ନାଗରିକ ସଂଗଠନ ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.