ନୂଆଦିଲ୍ଲୀ: ପୁଣି ମାଗଣା ମିଳିବ ଚାଉଳ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଦ୍ୟ ଆଇନ ଓ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ଦିଆଯାଉଥିବା ମାଗଣା ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା ଆସନ୍ତା ୨୦୨୮ ଯାଏ ଜାରି ରହିବ। ଆଜି କ୍ୟାବିନେଟ ବୈଠକରେ ଏଥିପାଇଁ ୧୭ ହଜାର ୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆନେମିଆ ଓ ଅପପୃଷ୍ଟିକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ଯୋଜନା ପାଇଁ ମୋଟ ୧୭,୦୮୨ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୪ ଜୁଲାଇରୁ ୨୦୨୮ ଡିସେମ୍ବର ଯାଏ ଏହି ପୋଷଣଯୁକ୍ତ ମାଗଣା ଚାଉଳ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
#WATCH | Delhi: After the Union Cabinet meeting, Union Minister Ashwini Vaishnaw says, "Today the cabinet approved the continuation of supply of free Fortified Rice under Pradhan Mantri Garib Kalyan Yojana (PMGKAY) and other welfare schemes from July, 2024 to December, 2028. The… pic.twitter.com/XaNB5rHiK8
— ANI (@ANI) October 9, 2024
ସୂଚନାଯୋଗ୍ୟ, ଏପ୍ରିଲ ୨୦୨୨ରେ କେନ୍ଦ୍ର ସରକାର ଦେଶରେ ପୋଷଣଯୁକ୍ତ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା। ମାର୍ଚ୍ଚ ୨୦୨୪ ସୁଦ୍ଧା ପର୍ଯ୍ୟାୟକ୍ରମେ ଏହି ଯୋଜନା ସାରା ଦେଶରେ ଲାଗୁ ହେବା ନେଇ କୁହାଯାଇଥିଲା। ତେବେ ଏହି ଯୋଜନାକୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
Comments are closed.