Latest Odisha News

୬ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ୨୦୨୪ରେ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି ।

ଏହି ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ଶିକ୍ଷକମାନେ ବିଭାଗ ଅଧୀନରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଏଲଟିଆର ଶିକ୍ଷକ ନିଯୁକ୍ତି ପାଇବେ ।

ମୋଟ ୬୦୨୫ ପଦବୀ ପୂରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ତେବେ ଆବେଦନ ପାଇଁ ନିର୍ଦ୍ଧିଷ୍ଟ ତାରିଖ ନେଇ କୌଣସି ସୂଚନା ମିଳି ନଥିଲା ବେଳେ ଖୁବଶୀଘ୍ର ଆବେଦନ ପାଇଁ ତାରିଖ ଆସିପାରେ ।

ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟ ossc.gov.in ରେ ପୋଷ୍ଟିଂ କୁ ନେଇ ଅଧିକ ତଥ୍ୟ ଦେଖିପାରିବେ ।

ବୟସ ସୀମା: ଜାନୁଆରୀ ୧, ୨୦୨୪ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହେବା ଜରୁରୀ ।

ଅନ୍ୟାନ୍ୟ ବିବରଣୀ: ବିଜ୍ଞପ୍ତି ଅନୁଯାୟୀ, ଏହି ବିଜ୍ଞାପନ ସାମୟିକ ଭାବରେ ଏକ ସୂଚନା ଅଟେ । ଶିକ୍ଷାଗତ ଯୋଗ୍ୟତା, ସିଲାବସ୍, ଯୋଜନା ଏବଂ ପରୀକ୍ଷାର ଢାଞ୍ଚା ସମ୍ବନ୍ଧୀୟ ବିବରଣୀଗୁଡିକ ବିସ୍ତୃତ ବିଜ୍ଞାପନରେ ପ୍ରକାଶ ପାଇବ ।

Leave A Reply

Your email address will not be published.