Latest Odisha News

BREAKING NEWS

ସେମାନେ କହୁଛନ୍ତି ତୁମେ ଚାଲିଗଲ…ତୁମର କ୍ଷତି ସହିବା ବହୁ କଷ୍ଟଦାୟକ….

ନୂଆଦିଲ୍ଲୀ: ଶିଳ୍ପ ଜଗତର ଅମୁଲ୍ୟ ରତ୍ନ ରତନ ଟାଟାଙ୍କ ଦେହାନ୍ତ ପରେ ଏବେ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏପଟେ ଦଶହରା ପାଇଁ ସାରା ଦେଶରେ ଉତ୍ସବର ମାହୋଲ ଚାଲିଥିବା ବେଳେ ସେପଟେ ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ରତନ ଟାଟା । ନିଜର କର୍ମ, ଜୀବନଶୈଳୀ ଏବଂ ବିଜନେସ ଶୈଳୀ ପାଇଁ ସବୁ ଲୋକଙ୍କ ମନରେ ଏବେବି ସେ ଜୀବିତ । ପୁରା ଦେଶ ଏବେ ରତନଙ୍କ ପାଇଁ ଶୋକ ପାଳନ କରୁଥିବା ବେଳେ ରତନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତାଙ୍କ ନିଧନ ଖବର ଶୁଣି ଦୁଃଖରେ ଭଙ୍ଗିପଡିଛନ୍ତି ।

ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ହୃଦୟ ବିଦାରକ ପୋଷ୍ଟ କରିଛନ୍ତି ରତନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଭେଟେରାନ ଅଭିନେତ୍ରୀ ସିମି ଗରେୱାଲ । ଦିନେ ସିମି ଗରେୱାଲ ରତନ ଟାଟାଙ୍କୁ ଭଲ ପାଉଥିଲେ । ତାଙ୍କୁ ଜଣେ ଭଲ ବନ୍ଧୁ ଭାବରେ ବିବେଚନା କରୁଥିଲେ ସିମି । ରତନଙ୍କୁ ଶେଷ ସମୟରେ ବିଦାୟ ଦେବାକୁ ଯାଇ ସିମି ଲେଖିଛନ୍ତି ଯେ, ସେମାନେ କହୁଛନ୍ତି ତୁମେ ଚାଲିଗଲ…ତୁମର କ୍ଷତି ସହିବା ସତରେ ଏହା ବହୁ କଷ୍ଟଦାୟକ । ବହୁତ ହୃଦୟ ବିଦାରକ । ବିଦାୟ ସାଙ୍ଗ।

ବିଗତ ଦିନରେ ସିନେ ଅଭିନେତ୍ରୀ ତଥା  ଟିଭି ହୋଷ୍ଟ ସିମି ଗରୋଓ୍ବାଲାଙ୍କ ସହ ରତନଙ୍କ ପ୍ରେମ କାହାଣୀ ଏକାଦା ସମସ୍ତଙ୍କ ନଜରକୁ ଆସିଥିଲା।  ଏପରିକି ବିବାହ ପାଇଁ ବି ପ୍ରସ୍ତୁତି ହୋଇଥିଲା। କିନ୍ତୁ କୌଣସି ଏକ କାରଣରୁ ଅଟକି ଯାଇଥିଲା ବିବାହ। ସିମି ମଧ୍ୟ ରତନକୁ ଭଲ ପାଉଥିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ରତନଙ୍କ ମୃତ୍ୟୁ ଖବର ସିମିଙ୍କୁ ସ୍ତବ୍ଧ କରିଦେଉଛି। ଏନେଇ ସେ ପ୍ରେମିକ ରତନଙ୍କ ପାଇଁ ଏକ ସୁନ୍ଦର ପୋଷ୍ଟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଯାହା ଏବେ ଖୁବ୍ ଜୋରେ ଭାଇରାଲ୍ ହେବାରେ ଲାଗିଛି । ସେପଟେ କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ ପରେ ଏବେ ଚାରିଆଡେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.